ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀଙ୍କ ପରଲୋକ

0

ନୂଆଦିଲ୍ଲୀ: ସିପିଆଇଏମ ସାଧାରଣ ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀଙ୍କ ଦେହାନ୍ତ ହୋଇଛି। ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେଠାରେ ଡାକ୍ତରଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସୀତାରାମ ୟେଚୁରୀ ଆଖି ବୁଜିଛନ୍ତି। ୟେଚୁରୀ ୨୦୦୫ରୁ ୨୦୧୭ ଯାଏ ରାଜ୍ୟସଭାର ସାଂସଦ ଭାବେ କାର୍ଯ୍ୟ କରିଥିଲେ। 

ସୂଚନାଯୋଗ୍ୟ, ଫୁସଫୁସ ଜନିତ ସଂକ୍ରମଣ କାରଣରୁ ସେ ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଦୀର୍ଘଦିନରୁ ସେ ଭେଣ୍ଟିଲେଟରରେ ଥିଲେ। ଅଗଷ୍ଟ ୧୯ ତାରିଖ ସନ୍ଧ୍ୟାରେ ନିମୋନିଆ ଯୋଗୁ ତାଙ୍କୁ ଏମ୍ସର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଆଇସିୟୁ ଓ ପରେ ଶ୍ୱାସକ୍ରିୟା ମେସିନ ଦ୍ୱାରା ତାଙ୍କୁ ଅମ୍ଳଜାନ ଯୋଗାଇ ଦିଆଯାଉଥିଲା। ଏହାପୂର୍ବରୁ ୟେଚୁରୀଙ୍କ ମୋତିଆ ବିନ୍ଦୁ ଅପରେସନ ମଧ୍ୟ ହୋଇଥିଲା। ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ରହିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି।

୨୦୧୫ରୁ ସେ ସିପିଆଇଏମର ସାଧାରଣ ସମ୍ପାଦକ ଦାୟିତ୍ବ ନେଇଛନ୍ତି। ସିପିଏମ ପଲିଟିବ୍ଯୁରୋର ସଦସ୍ଯ ଥିଲେ ସୀତାରାମ ୟେଚୁରୀ। ୨୦୦୫ରୁ ୨୦୧୭ ଯାଏ ସେ ରାଜ୍ଯସଭା ସଦସ୍ଯ ଥିଲେ। ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଜେଏନୟୁରୁ ଶିକ୍ଷାଲାଭ କରିଥିବା ସୀତାରାମ ଏସଏଫଆଇର ଜଣେ ଟାଣୁଆ ନେତା ଥିଲେ। ସୀତାରାମ ସିପିଏମରେ ୧୯୭୫ରେ ଯୋଗ ଦେଇଥିଲେ।

ଜେଏନୟୁର ୩ ଥର ସଭାପତି ଥାଇ ଦେଖାଇଥିଲେ ପରାକାଷ୍ଠା। ୧୯୯୨ରେ ସେ ହୋଇଥିଲେ ପଲିଟିବ୍ଯୁରୋ ସଦସ୍ଯ। ୟୁପିଏ ସରକାର ଅମଳରେ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଚିଠା କମିଟିରେ ଥିଲେ ସୀତାରାମ।

Leave A Reply

Your email address will not be published.