ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ସମ୍ମୁଖରେ ଥିବା ଦିଲ୍ଲୀର ପ୍ରମୁଖ ସରକାରୀ କୋଠା ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ ଘଟିଛି। କୋଠାରେ ମରାମତି କାର୍ଯ୍ୟ ଚାଲିଥିବା ସମୟରେ ଏହି ଛୋଟ ଅଗ୍ନିକାଣ୍ଡ ଘଟିଥିବା ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ, ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୦ରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା। ଖବର ପାଇ ଘଟଣାସ୍ଥଳକୁ ଛଅଟି ଦମକଳ ଗାଡ଼ି ପଠାଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ଏହି ଘଟଣାକୁ ନେଇ ଶିବସେନାର ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଫଟୋ ସେୟାର କରିଥିଲେ। ସଂସଦକୁ ଯିବା ସମୟରେ ନର୍ଥ ବ୍ଲକ୍‌ରୁ ଧୂଆଁ ଉଠୁଥିବା ଦେଖିଥିବା ସେ ଉଲ୍ଲେଖ କରିବା ସହ ସେଠାରେ ନିଆଁ ଲାଗିଥିବା ଆଶଙ୍କା କରିଥିଲେ। ଏଥିସହ ସମସ୍ତେ ସୁରକ୍ଷିତ ଥିବେ ବୋଲି ଆଶା ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ, ନର୍ଥ ବ୍ଲକ୍‌ ନୂଆଦିଲ୍ଲୀର ରାଇସିନା ହିଲ୍‌ରେ ଅବସ୍ଥିତ ଦୁଇଟି ପ୍ରମୁଖ ଐତିହାସିକ ପ୍ରଶାସନିକ କୋଠା ମଧ୍ୟରୁ ଅନ୍ୟତମ।

Leave A Reply

Your email address will not be published.