ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ବାରିପଦା ଓ ବଲାଙ୍ଗିରରେ ମର୍ମନ୍ତୁଦ ଦୁର୍ଘଟଣା, ୪ ମୃତ ୯ ଆହତ

0

ରଙ୍ଗାମାଟିଆ: ବାରିପଦା ଓ ବଲାଙ୍ଗିରରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବାରିପଦା ରଙ୍ଗାମାଟିଆ ଲୁଲୁଙ୍ଗ ରାସ୍ତାରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭାରସ୍ୟାମ ହରାଇ ଗଛରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। କରମ୍ ନାଟରେ ସାମିଲ୍ ହେବାକୁ କୁଳଡ଼ିହାରୁ ତାରାଯୋଡ଼ି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ସେହିପରି କରମ୍ ନାଟରେ ସାମିଲ୍ ପାଇଁ ଯାଉଥିବା ବେଳେ ଏକ ଟ୍ରକ୍ ସହ ବାଇକ ଧକ୍କା ହୋଇଛି। ବଲାଙ୍ଗିର ସଦର ଥାନା ମାଧିଆପାଲିରେ ଟ୍ରକ୍‌କୁ ପଛରୁ ପିଟି ଥିଲା ବାଇକ। ଫଳରେ ୨ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ତେବେ ମୃତ ବାଇକ୍ ଆରୋହୀ ଜଣଙ୍କ ଛତିଶଗଡ଼ର ବୋଲି ଜଣାପଡ଼ିଛି।

Leave A Reply

Your email address will not be published.