ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଶ୍ରୀନଅରରେ ସୁନିଆଁ ଉତ୍ସବ ପାଳିତ

0

ପୁରୀ: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ନୂଆ ଅଙ୍କ ପ୍ରଚଳନ ହୋଇଛି। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୨ ସାଲ ୬୮ ଅଙ୍କର ପ୍ରବେଶ। ଏହି ଅବସରରେ ଗଜପତିଙ୍କ ଶ୍ରୀନହରରେ ଆଜି ସନ୍ଧ୍ୟାରେ ପାଳିତ ହୋଇଛି ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜାଙ୍କର ୬୮ ଅଙ୍କ ଆରମ୍ଭ ହୋଇଛି।

ଜାତକ ଓ ପାଞ୍ଜି, ଅଙ୍କ ଗଣନାର ବିଶେଷ ମହତ୍ତ୍ଵ ରହିଥିବା ବେଳେ ଆଜିର ଏହି ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବା ପରେ କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ , ନୃସିଂହ ଆଦି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଗଜପତି ମହାରାଜ। ପରେ ଗଜପତି ମହାରାଜାଙ୍କୁ ଅଭିଷେକ କରାଯାଇଥିଲା। ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ। ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା।

ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନିତୀ ସମ୍ପାଦନ ହୋଇଥିଲା। ଏହି ଅବସରରେ ଶ୍ରୀନଅର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା। ସେପଟେ ଉପସ୍ଥିତ ଶ୍ରୋତ୍ରୀୟ ବ୍ରାହ୍ମଣ ମାନେ ସୁନିଆ ପର୍ବ ଉପଲକ୍ଷେ ଗଜପତି ମହାରାଜାଙ୍କୁ ଭେଟି ପ୍ରଦାନ କରି ଆର୍ଶୀବାଦ ଦେଇଥିବା ବେଳେ ମଠ ମହନ୍ତଙ୍କ ପକ୍ଷରୁ ରୁଦ୍ରାକ୍ଷ ବୃକ୍ଷର ଏକ ଚାରା ମଧ୍ୟ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.