ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି ୨ ଛାତ୍ର ନିଖୋଜ

0

ବାରିପଦା: ବାରିପଦାସ୍ଥିତ ସୁବର୍ଣ୍ଣରେଖା କେନାଲରେ ମଙ୍ଗଳବାର ଦିନ ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ୨ ଜଣ ଯୁକ୍ତ ଦୁଇ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏକ ଘରୋଇ ବିଜ୍ଞାନ କଲେଜର ଏହି ଛାତ୍ର ଦ୍ୱୟ ସାଙ୍ଗମାନଙ୍କ ସହିତ ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣା ସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଛାତ୍ର ଦ୍ୱୟ ହେଲେ ବାଦାମପାହାଡ଼ ଅଞ୍ଚଳର ଠାକୁର ସୋରେନ ଏବଂ କରଞ୍ଜିଆ ତାଟୋ ଅଞ୍ଚଳର ବଡ଼ଗାଁର ଭାଗ୍ୟ ପ୍ରକାଶ ପାତ୍ର ବୋଲି ଜଣାପଡିଛି। ସେମାନେ ହଷ୍ଟେଲରେ ରହି ପଢୁଥିଲେ। ୨ଜଣ ଛାତ୍ରୀଙ୍କ ଶରୀର ଅସୁସ୍ଥ ପାଇଁ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ସେମାନଙ୍କୁ ଡାକ୍ତରଖାନା ନେଇ ଯାଇଥିବା ବେଳେ ଛାତ୍ରମାନେ ମୂର୍ତ୍ତି ବିସର୍ଜନ ପାଇଁ ବନ୍ଧକୁ ଆସିଥିଲେ।

ତେବେ ମୂର୍ତ୍ତି ବିସର୍ଜନ ବେଳେ ଅସାବଧାନତା କାରଣରୁ ପ୍ରକାଶ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଠାକୁର ପାଣିରେ ପଶି ଥିଲେ। ହେଲେ ଲଘୁଚାପ ଜନିତ ବର୍ଷା ପାଇଁ ଅଧିକ ପାଣି ଥିବାରୁ ଦୁଇ ଜଣ ଭାସି ଯାଇଛନ୍ତି। ଦୁଇଜଣ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ତେବେ ଏ ଯାଏଁ ସେମାନଙ୍କ ପତ୍ତା ମିଳିପାରିନାହିଁ।

Leave A Reply

Your email address will not be published.