ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ତିରୁପତି ମନ୍ଦିର ପ୍ରସାଦରେ ମିଶୁଛି କି ପଶୁ ଚର୍ବି ଓ ମାଛ ତେଲ

0

ଅଭିଯୋଗ ଆଣିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ
ଅନୁସନ୍ଧାନ ପରେ ଆସିଥିବା ରିପୋର୍ଟରେ ମାଛ ତେଲର ସନ୍ଧାନ ନିଶ୍ଚିତ ହୋଇଛି

ଆନ୍ଧ୍ରପ୍ରଦେଶ: ତିରୁପତି ମନ୍ଦିରରେ ପ୍ରସାଦ ଭାବରେ ଦିଆଯାଉଥିବା ଲଡୁ ରେ ମିଶୁଛି ପଶୁର ଚର୍ବି। ଏଭଳି ଅଭିଯୋଗ ଲଗାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏହି ମନ୍ତବ୍ୟ ଆନ୍ଧ୍ରପ୍ରଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା ପରୀକ୍ଷା କରିବାରୁ ଏହା ସ୍ପଷ୍ଟ ହୋଇଛି। ଅନୁସନ୍ଧାନ ପରେ ଆସିଥିବା ରିପୋର୍ଟରେ ମାଛ ତେଲର ସନ୍ଧାନ ନିଶ୍ଚିତ ହୋଇଛି। ବୁଧବାର ଚନ୍ଦ୍ରାବାବୁ ନାଇଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ ଯେ, ପୂର୍ବ ସରକାର ସମୟରେ ତିରୁପତି ମନ୍ଦିରର ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶିବା ଆରମ୍ଭ ହୋଇଥିଲା। ଏହି ପ୍ରସାଦ ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରକୁ ଆସୁଥିବା କୋଟି କୋଟି ଭକ୍ତଙ୍କୁ ମଧ୍ୟ ଦିଆଯାଇଛି। ଏପରିକି ଲଡୁରେ ଖରାପ ମାନର ଦ୍ରବ୍ୟ ବ୍ୟବହାର କରାଯାଇଥିଲା।

ନାଇଡୁଙ୍କ ଏହି ବୟାନ ଉପରେ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟିର ରାଜ୍ୟସଭା ସାଂସଦ ୱାବି ସୁବା ରେଡ୍ଡୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚନ୍ଦ୍ରବାବୁ ନାଇଡୁ ତିରୁମାଲାର ମନ୍ଦିରର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇ ଏକ ବଡ଼ ପାପ କରିଛନ୍ତି। ତିରୁମାଲା ପ୍ରସାଦ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ମନ୍ତବ୍ୟ ଅତ୍ୟନ୍ତ ଅଯୌକ୍ତିକ। ମଣିଷ ଭାବରେ ଜନ୍ମିତ କୌଣସି ବ୍ୟକ୍ତି ଏପରି ଶବ୍ଦ କୁହନ୍ତି ନାହିଁ କିମ୍ବା ଏପରି ଅଭିଯୋଗ କରନ୍ତି ନାହିଁ। ପୁଣିଥରେ ଏହା ପ୍ରମାଣିତ ହୋଇଛି ଯେ ଚନ୍ଦ୍ରବାବୁ ରାଜନୀତି ପାଇଁ କିଛି କରିବାକୁ ଦ୍ୱିଧା କରିବେ ନାହିଁ।

ରେଡ୍ଡୀ କହିଛନ୍ତି ଯେ ଭକ୍ତଙ୍କ ବିଶ୍ୱାସକୁ ଅଧିକ ମଜବୁଥ୍ କରିବା ପାଇଁ ମୁଁ ଏବଂ ମୋ ପରିବାର ତିରୁମାଲା ପ୍ରସାଦ ମାମଲାରେ ଶପଥ ନେବାକୁ ପ୍ରସ୍ତୁତ। ଚନ୍ଦ୍ରବାବୁ ମଧ୍ୟ ତାଙ୍କ ପରିବାର ସହିତ ଶପଥ ନେବାକୁ ପ୍ରସ୍ତୁତ କି?

Leave A Reply

Your email address will not be published.