ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ନାବାଳିକା ବଳାତ୍କାର ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ

0

କନ୍ଧମାଳ: କନ୍ଧମାଳ ଜିଲା ପୋକ୍ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ପୋକ୍ସୋ ଅଦାଲତ ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥି ସହିତ ଦୋଷୀକୁ ୬୦ ହଜାର ଟଙ୍କାର ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଦୋଷୀ ଜଣକ ହେଲେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ଗୋଛାପଡ଼ା ଥାନା ଅଞ୍ଚଳର ଦେବରାଜ ଦିଗାଲ(୬୧)।

ଏପରିକି ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ କୋର୍ଟ ଜିଲା ଆଇନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ ଗୋଛାପଡ଼ା ଥାନା ଅଞ୍ଚଳରେ ପୀଡ଼ିତାଙ୍କ ପରିବାର ତାଙ୍କର ବଡ଼ଝିଅ ଘରକୁ ଯାଇଥିବାବେଳ ପୀଡ଼ିତା ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ପୀଡ଼ିତାଙ୍କୁ ବାହାରକୁ ଡାକିଥିଲେ ଓ ଜୋର ଜବରଦସ୍ତ ପାଟିବନ୍ଦ କରିବା ସହିତ ନିକଟସ୍ଥ ଏକ ଜଙ୍ଗଲକୁ ନେଇ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା। ରାତି ପ୍ରାୟ ୮ଟାରୁ ୩ଟା ପର୍ଯ୍ୟନ୍ତ ସେ ପୀଡ଼ିତାଙ୍କୁ ଜଙ୍ଗଲ ମଧ୍ୟରେ ରଖି ଦୁଷ୍କର୍ମ କରିବା ସହିତ ଏନେଇ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା।

ପୀଡ଼ିତାଙ୍କ ବାପା-ମାଆ ଘରକୁ ଫେରିବା ପରେ ପୀଡ଼ିତା ଜଣକ ଘଟଣା ସମ୍ପର୍କରେ ଜଣାଇଥିଲେ। ଏନେଇ ପୀଡ଼ିତାଙ୍କ ବାପା ଗୋଚପଡ଼ା ଥାନାରେ ଅଭଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଗୋଚପଡ଼ା ପୋଲିସ ଏକ ମାମଲା(ନଂ.୨୬/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲସ ଘଟାରେ ସମ୍ପୃକ୍ତ ଅଭିଯୁକ୍ତ ଦେବରାଜଙ୍କୁ ଗିରଫ କରିଥିଲା। ପରେ ମାମଲା କୋର୍ଟରେ ବିଚାର ହୋଇଥିଲା।

Leave A Reply

Your email address will not be published.