ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ

0

ରାଜ୍ୟ ସରକାର ଆଜି ଅର୍ଥାତ ରବିବାର ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୫୪ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ହୋଇଛି। ଏଥିରେ କଟକ-ଭୁବନେଶ୍ୱର ପୁଲିସ କମିସନର ମଧ୍ୟ ସାମିଲ ଅଛନ୍ତି।ନୂଆ ଡିଜିପି ଭାବେ ୱାଇ.ବି ଖୁରାନିଆ ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ଦେଢ଼ ମାସ ପରେ ଆଇପିଏସ୍‌ ସ୍ତରରେ ହୋଇଛି ଏହି ଅଦଳବଦଳ। ଗୁଇନ୍ଦା ନିର୍ଦ୍ଦେଶକ,କ୍ରାଇମବ୍ରାଞ୍ଚ ଏଡିଜିଙ୍କଠାରୁ ଆରମ୍ଭ କରି କଟକ-ଭୁବନେଶ୍ୱର ପୁଲିସ କମିଶନର ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ବଡ଼ ପଦବୀରେ ଥିବା ଆଇପିଏସ ଅଫିସରଙ୍କୁ ବଦଳି କରାଯାଇଛି।  

କଟକ-ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟ ରାଜ୍ୟ ପୁଲିସ ଏକାଡେମୀ ର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂ ହେବେ କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର। ସେହିପରି ଏ.କେ ରାୟଙ୍କୁ ଜେଲ୍ ବିଭାଗ ଡିଜି କରାଯାଇଛି। 

ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର ମଧ୍ୟ ବଦଳି ହୋଇଛି। ତାଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ବଦଳିଲେ। ତାଙ୍କୁ ଏସସିଆରବି ଓ ଏସଏଫଏଲ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ଆର୍‌ପି କୋଚେଙ୍କୁ  ଗୁଇନ୍ଦା ନିର୍ଦ୍ଦେଶକ କରାଯାଇଛି। ସେହିପରି ଗୃହ ବିଭାଗ ଓଏସଡି ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। 

କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କର ବଦଳି ହୋଇଛି। ତାଙ୍କୁ ରେଲୱେ ଓ ତଟ ସୁରକ୍ଷା ଏଡିଜିପି ଦାୟିତ୍ୱ ଦିଆଯାଇଛି। ଅରୁଣ ବୋଥ୍ରାଙ୍କ ସ୍ଥାନରେ ବିନୟ ତୋଷ ମିଶ୍ରଙ୍କୁ କରାଯାଇଛି କ୍ରାଇମବ୍ରାଞ୍ଚ ଏଡିଜି। ରାଧାକିଷନ୍ ଶର୍ମାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି। କଟକ ସ୍ଥିତ ପୁଲିସ ମୁଖ୍ୟାଳୟର ଏଡିଜିପି ଭାବେ ନୂଆ ଦାୟିତ୍ୱ ପାଇଛନ୍ତି ଦୟାଲ୍ ଗଙ୍ଗୱାର। ରାଜେଶ କୁମାରଙ୍କୁ ସ୍ପେଶିଆଲ୍ ଆର୍ମଡ ପୁଲିସ ଏଡିଜିପି ଭାବେ ବଦଳି କରାଯାଇଛି। ସେହିପରି ବଦଳିଛନ୍ତି କଟକ ଡିସିପି ଆର. ପ୍ରକାଶ। ତାଙ୍କୁ କ୍ରାଇମ ବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି। 

Leave A Reply

Your email address will not be published.