ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଶୁକ୍ର ମିଶନ ତାରିଖ ଘୋଷଣା କଲା ଇସ୍ରୋ

0

ନ୍ୟୁଜ୍ ବ୍ୟୁରୋ: ଶୁକ୍ର ମିଶନ ନେଇ ତାରିଖ ଘୋଷଣା କରିଛି ଇସ୍ରୋ। ଶୁକ୍ର ଗ୍ରହ ପାଇଁ ‘ଶୁକ୍ର ଅର୍ବିଟର୍ ମିଶନ୍’ ଘୋଷଣା କରାଯାଇଛି। ଏହି ମିଶନ ୨୮ ମାର୍ଚ୍ଚ ୨୦୨୮ରେ ଆରମ୍ଭ ହେବ ଏବଂ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ।

ଏହାକୁ ଶୁକ୍ରଯାନ-୧ ବୋଲି କୁହାଯାଉଛି । ଏହି ମିଶନର ଲକ୍ଷ୍ୟ ହେଉଛି ଶୁକ୍ର ଗ୍ରହର ବାୟୁମଣ୍ଡଳ, ପୃଷ୍ଠଭୂମି ଏବଂ ସୂର୍ଯ୍ୟଙ୍କ ସହିତ ଘଟୁଥିବା ପ୍ରକ୍ରିୟାଗୁଡ଼ିକୁ ଅଧ୍ୟୟନ କରିବା। ଏହି ମିଶନ ପାଇଁ ୧୨୩୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ୧୯ଟି ପେଲୋଡ୍ ରହିବ। ଯେଉଁଥିରେ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଦୁଇଟି ଏବଂ ଗୋଟିଏ ଆନ୍ତର୍ଜାତୀୟ ସହଯୋଗରେ ବିକଶିତ ବୈଜ୍ଞାନିକ ଉପକରଣ ଓ ଗୋଟିଏ ଆନ୍ତର୍ଜାତୀୟ ପେଲୋଡ୍ ରହିବ।

ଶୁକ୍ରଙ୍କ ବାୟୁମଣ୍ଡଳର ଧୂଳି ପରୀକ୍ଷା କରିବା, ଉଚ୍ଚ ରିଜୋଲୁସନରେ ଏହାର ପୃଷ୍ଠକୁ ମ୍ୟାପିଂ କରିବା, ଶୁକ୍ର ନିକଟରେ ଥିବା ସୌର ଏକ୍ସ-ରେ ସ୍ପେକ୍ଟ୍ରମ, ଗ୍ରହର ବାୟୁ ଆନାଲିସିସ୍ ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ଅନ୍ତର୍ଭୁକ୍ତ। ଏହା ଶୁକ୍ର ଗ୍ରହର ବାୟୁମଣ୍ଡଳରେ ଏରୋବ୍ରାକିଂ ଏବଂ ଥର୍ମାଲ୍ ମ୍ୟାନେଜମେଣ୍ଟ ଟେକ୍ନୋଲୋଜିର ମଧ୍ୟ ପରୀକ୍ଷଣ କରିବ।

Leave A Reply

Your email address will not be published.