ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଲାଞ୍ଚ ନେଇ ଧରା ପଡିଲେ ନିର୍ବାହୀ ଯନ୍ତ୍ରୀ

0

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। ଲାଞ୍ଚ ନେବା ନିର୍ବାହୀ ଯନ୍ତ୍ରୀଙ୍କୁ ମହଙ୍ଗା ପଡିଛି। ତେଲ ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀଙ୍କୁ ଭିଜିଲାନ୍ସ ବିଭାଗ ସୋମବାର ଗିରଫ କରିଛି। ଜଣେ ଠିକାଦାରଙ୍କ ଠାରୁ ବକେୟା ବିଲ କରିବା ପାଇଁ ସେ ୪୬ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଠିକାଦାର ଦେବରଞ୍ଜନ ତ୍ରିପାଠୀଙ୍କ ଏକ ପୁରୁଣା ବିଲ୍‌ ଟଙ୍କା କରାଇଦେବାକୁ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ଟଙ୍କା ମାଗିଥିଲେ। ଏନେଇ ଠିକାଦାର ଦେବରଞ୍ଜନ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସୋମବାର ଠିକାଦାର ଦେବରଞ୍ଜନ ସୁବର୍ଣ୍ଣପୁର ଅଫିସ ପ୍ରକୋଷ୍ଠରେ ପହଞ୍ଚି ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ରଙ୍କୁ ୪୬ ହଜାର ଟଙ୍କା ଲାଞ୍ଚ ଦେଉଥିଲେ। ସେତିକିବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ବିଭାଗୀୟ ଅଧିକାରୀ ମାଡି ବସି ଲାଞ୍ଚ ଟଙ୍କା ଜବତ କରିବା ସହ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ରଙ୍କୁ ଧରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ଏକକାଳୀନ ୬ଟି ଜାଗାରେ ଚଢ଼ାଉ ଜାରି ରହିଛି।

Leave A Reply

Your email address will not be published.