ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ସ୍ବାସ୍ଥ୍ୟବସ୍ଥା ଗୁଜବକୁ ଖଣ୍ଡନ କଲେ ରତନ ଟାଟା

0

ଜାମସେଦପୁର: ୮୬ ବର୍ଷିୟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ନାଭାଲ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଏବଂ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିବାକୁ ପଡିବ ବୋଲି ଚର୍ଚ୍ଚା ହେଉଛି। ତେବେ ଯାହାକୁ ଖଣ୍ଡନ କରିଛନ୍ତି ରତନ ଟାଟା। “ମୋର ଅସୁସ୍ଥତା ସମ୍ବନ୍ଧରେ ପ୍ରଚାରିତ ହେଉଥିବା ଗୁଜବ ବିଷୟରେ ମୁଁ ଅବଗତ ଅଛି। ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହି ଦାବିଗୁଡ଼ିକ ଭିତ୍ତିହୀନ। ମୋର ବୟସ ଏବଂ ତତଜନିତ ମେଡିକାଲ ଚେକଅପ୍ ପାଇଁ ହେତୁ ମୁଁ ବର୍ତ୍ତମାନ ଡାକ୍ତରୀ ଯାଞ୍ଚ କରୁଛି।”

ରକ୍ତଚାପ ହ୍ରାସ ପାଇବାରୁ ଆଜି ସକାଳ ସମୟରେ ରତନ ଟାଟାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଆସିଥିଲା। ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ରତନଙ୍କୁ ଭର୍ତ୍ତି କରାଯାଇଥିବା କୁହାଯାଇଥିଲା। କିନ୍ତୁ ଏହି ଖବରକୁ ଗୁଜବ ବୋଲି କହିଛନ୍ତି ନିଜେ ରତନ ଟାଟା। ରେଗୁଲାର ଚେକଅପ ପାଇଁ ସେ ହସ୍ପିଟାଲ ଯାଇଥିବା କହିଛନ୍ତି। ଚିନ୍ତା କରିବାର କୌଣସି କାରଣ ନାହିଁ। ତେବେ ଜନସାଧାରଣ ଏବଂ ଗଣମାଧ୍ୟମ ଭୁଲ ତଥ୍ୟ ବିସ୍ତାରରୁ ନିବୃତ୍ତ ରହିବାକୁ ସେ ଅନୁରୋଧ କରୁଛନ୍ତି।

Leave A Reply

Your email address will not be published.