ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ଗୁଳି କରି ହତ୍ୟା

0

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କୁ ମୁମ୍ବାଇର ବାନ୍ଦ୍ରା ଠାରେ ଗୁଳିମାଡ ହୋଇଛି।ଶନିବାର ବିଳମ୍ବିତ ସନ୍ଧ୍ୟାରେ ସିଦ୍ଦିକିଙ୍କୁ ବାନ୍ଦ୍ରାରେ ଥିବା ପୁଅଙ୍କ ଅଫିସ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଗୁଳିମାଡ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ସୂଚନାନୁସାରେ, ବାନ୍ଦ୍ରା ପୂର୍ବାଞ୍ଚଳର ବିଧାୟକ ଥିବା ତାଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟରେ ଶନିବାର ସନ୍ଧ୍ୟାରେ ସିଦ୍ଦିକଙ୍କ ଉପରେ ତିନି ରାଉଣ୍ଡ ଗୁଳିମାଡ ହୋଇଥିଲା। ସେ ଲୀଳାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ଘଟଣାରେ ଜଡିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ବାନ୍ଦ୍ରା ପଶ୍ଚିମରୁ ତିନିଥର ବିଧାୟକ ଥିବା ସିଦ୍ଦିକ ୪୮ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିଲେ ଏବଂ ଫେବୃଆରୀରେ ଦଳ ଛାଡି ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ଅଗଷ୍ଟରେ ଜିଶାନ ସିଦ୍ଦିକଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା।

Leave A Reply

Your email address will not be published.