ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

୨୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

0

ବନ୍ଦ ରହିବ ସାଧାରଣ ଦର୍ଶନ

ନୂଆଦିଲ୍ଲୀ; ୨୪ରେ ଶ୍ରୀକ୍ଷେତ୍ର ଆସୁଛନ୍ତି ମହାମହିମ ରାଷ୍ଟ୍ରପତି। ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କ ସାନିଧ୍ୟ ଲୋଡିବେ। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ତଥା ବ୍ୟବସ୍ଥାବଳୀକୁ ଶୁକ୍ରବାର ଛତିଶା ନିଯୋଗ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପହଞ୍ଚିବାର ଦେଢ ଘଣ୍ଟାପୂର୍ବରୁ ସାଧାରଣ ଦର୍ଶନ ବନ୍ଦ ରହିବ।

ତେବେ ୨୪ ତାରିଖ ଦିନ ରାଷ୍ଟ୍ରପତି ଦିନ ୧୨ଟା ୩୦ରୁ ଦିନ ୧ଟା ୧୫ ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ରାଷ୍ଟ୍ରପତି ଗର୍ଭଗୃହରେ ଦର୍ଶନ କରିବା ସମୟରେ ସମ୍ପୃକ୍ତ ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସେବକ ଗର୍ଭଗୃହରେ ନ ରହିବାକୁ ଅନୁରୋଧ କରାଯାଇଛି। ସେବକମାନେ ଧାର୍ଯ୍ୟ ନୀତିକାନ୍ତି ଅନୁସାରେ ନୀତି ସମାପନ ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ବଳୟଠାରୁ ଦୂରତା ରକ୍ଷା କରି ଶୃଙ୍ଖଳା ରଖିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଘଣ୍ଟ ହୋଇଥିବା ନୀତି କାନ୍ତି ଅନୁସାରେ, ୨୩ ତାରିଖରେ ରାତ୍ର ୧୧ଟାରେ ପହୁଡ଼ ନୀତି ସମାପନ କରାଯାଇ ୨୪ ତାରିଖ ଭୋର୍‌ ୩ ଟାରୁ ଦ୍ୱାରଫିଟା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଦିନ ୧୧ଟାରେ ଶ୍ରୀମନ୍ଦିର ଶୋଧ କରାଯିବ । ଏହାପରେ ଦିନ ୧୧ଟାଠାରୁ ଆଉ ସାଧାରଣ ଲୋକଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ରାଷ୍ଟ୍ରପତି ଶ୍ରୀଜିଉଙ୍କ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ପରେ ଅବଶିଷ୍ଟ ଦୈନଦିନ ନୀତିମାନ କରାଯିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।

ଦିନ ୧୧ଟା ୪୫ ସୁଦ୍ଧା ବାଳଧୂପ ଶେଷ ହେବ ଓ ଭୋଗମଣ୍ଡପ ଉଠିବା ସହ ବେଶ ଶେଷ ପାଇଁ ସମୟ ଧାର୍ଯ୍ୟ ହୋଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ତେବେ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମ ରହିଛି। ଏହିଦିନ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Leave A Reply

Your email address will not be published.