ଭୁବନେଶ୍ବର: ପ୍ରାୟ ୩ ମାସର ବ୍ୟବଧାନ ପରେ ଆଜିଠାରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ପୁଣି ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଏହା ଫଳରେ ଓଡ଼ିଶାରୁ ଥାଇଲାଣ୍ଡ ଯାତ୍ରା କରୁଥିବା ଯାତ୍ରୀଙ୍କ ଯାତାୟାତ ଅଧିକ ସୁବିଧାଜନକ ହେବ।
ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ବିମାନଟି ରାତି ୧୧ଟା ୫ ମିନିଟ୍ରେ ଉଡ଼ାଣ ଭରିବ। ପରଦିନ ସକାଳ ପ୍ରାୟ ୫ଟା ୩୦ ମିନିଟ୍ରେ ବ୍ୟାଙ୍କକ୍ରେ ପହଞ୍ଚିବ। ଦୀର୍ଘ ବ୍ୟବଧାନ ପରେ ଦୁଇ ସହର ମଧ୍ୟରେ ସିଧାସଳଖ ଯୋଗାଯୋଗ ପୁନଃସ୍ଥାପିତ ହେବା ଫଳରେ ଯାତ୍ରୀମାନେ ଉପକୃତ ହେବେ। ବିଶେଷକରି ଥାଇଲାଣ୍ଡ ଯାଉଥିବା ପର୍ଯ୍ୟଟକ, ବ୍ୟବସାୟୀ ଓ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଏହି ସେବା ଗୁରୁତ୍ୱପୂର୍ଣ୍ଣ। ସିଧାସଳଖ ବିମାନ ଚଳାଚଳ ଯୋଗୁ ଯାତ୍ରା ସମୟ କମିବା ସହ ଉଭୟ ସହର ମଧ୍ୟରେ ଯାତାୟାତ ଅଧିକ ସହଜ ହେବ। ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ତର୍ଜାତୀୟ ରୁଟ୍ରେ ଆଉ ଏକ ସେବା ପୁନଃ ଆରମ୍ଭ ହେବା ରାଜ୍ୟର ବିମାନ ଯୋଗାଯୋଗକୁ ମଧ୍ୟ ଅଧିକ ସୁଦୃଢ଼ କରିବ।