ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ଘରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ୪ ଯୁବକ

0

ଗୁରୁଗ୍ରାମ: ସର୍ଟ ସର୍କିଟରୁ ଘରେ ଲାଗିଲା ନିଆଁ। ଜୀବନ୍ତ ଜଳିଗଲେ ୪ ଯୁବକ। ହରିୟାଣାର ଗୁରୁଗ୍ରାମର ସରସ୍ୱତୀ ଏନକ୍ଲେଭରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଗତ ବିଳମ୍ଵିତ ରାତିରେ ଏକ କୋଠରୀରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ନିଆଁ ଲାଗିଯାଇଥିଲା। ମୃତକଙ୍କ ପରିବାର ଅନ୍ୟ ଏକ କୋଠରୀରେ ଶୋଇଥିଲେ। ଅଗ୍ନିକାଣ୍ଡରେ ଶୋଇଥିବା ଅବସ୍ଥାରେ ୪ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ଯଥାକ୍ରମେ ୧୭ ବର୍ଷ, ୨୨ ବର୍ଷ, ୨୪ ବର୍ଷ, ଓ ୨୮ ବର୍ଷ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ସମସ୍ତ ୪ ମୃତକ ବିହାରର ବାସିନ୍ଦା ଥିଲେ ଓ ସେମାନେ ଗୁରୁଗ୍ରାମର ସରସ୍ୱତୀ ଏନକ୍ଲେଭରେ ରହୁଥିଲେ। ସେମାନେ ଜେ ବ୍ଲକ୍ ହାୱା ମହଲ ନିକଟ ଏକ ଭଡା ଘରେ ରହୁଥିଲେ। ବିଳମ୍ବିତ ରାତିରେ ସରସ୍ୱତୀ ଏନ୍‌କ୍ଲେଭର ଜେ ବ୍ଲକରେ ନିଆଁ ଲାଗିବା ପରେ ଆଖିପିଛୁଳାକେ ଏହା ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଶର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଫଳରେ ରୁମ୍‌ରେ ଶୋଇଥିବା ୪ ଜଣ ଯୁବକ ଜୀବନ୍ତ ଜଳି ଯାଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଆଁକୁ ଆୟତ୍ତ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେନ ପାଇଁ ପଠାଇଛି।

Leave A Reply

Your email address will not be published.