ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ୱଂସ କଲେ ଯବାନ

0

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ପୁଣି ଯବାନଙ୍କୁ ମିଳିଲା ସଫଳତା। ଜମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ। ଘଟଣାସ୍ଥଳରୁ ପାକିସ୍ତାନୀ ବନ୍ଧୁକ ସହ ହାଣ୍ଡ ଗ୍ରେନେଡ୍‌ ମଧ୍ୟ ଜବତ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ସର୍ଚ୍ଚ ଅପରେଶନ ଜାରି ରହିଛି।
ପୋଲିସର ସୂଚନାନୁସାରେ, ଶନିବାର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି) ପୋଲିସର ମିଳିତ ଅପରେସନରେ ଭାରତୀୟ ସେନାର ରୋମିଓ ଫୋର୍ସ ପୁଞ୍ଚର ବାଲନୋଇ ସେକ୍ଟରରେ ଆତଙ୍କବାଦୀମାନେ ଲୁଚି ରହୁଥିବା ଏକ କ୍ୟାମ୍ପ ଠାବ କରିଥିଲେ। କିନ୍ତୁ ସେଠାରେ କୌଣସି ଆତଙ୍କବାଦୀ ନଥିଲେ। ଏହି ଅପରେସନ୍ କ୍ୟାମ୍ପ ସ୍ଥାନରୁ ଦୁଇଟି ଗ୍ରେନେଡ୍ ଏବଂ ତିନୋଟି ପାକିସ୍ତାନୀ ବନ୍ଧୁକ ଠାବ ହୋଇଛି। ବର୍ତ୍ତମାନ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.