ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ପୁଣି ଯବାନଙ୍କୁ ମିଳିଲା ସଫଳତା। ଜମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ। ଘଟଣାସ୍ଥଳରୁ ପାକିସ୍ତାନୀ ବନ୍ଧୁକ ସହ ହାଣ୍ଡ ଗ୍ରେନେଡ୍ ମଧ୍ୟ ଜବତ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ସର୍ଚ୍ଚ ଅପରେଶନ ଜାରି ରହିଛି।
ପୋଲିସର ସୂଚନାନୁସାରେ, ଶନିବାର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି) ପୋଲିସର ମିଳିତ ଅପରେସନରେ ଭାରତୀୟ ସେନାର ରୋମିଓ ଫୋର୍ସ ପୁଞ୍ଚର ବାଲନୋଇ ସେକ୍ଟରରେ ଆତଙ୍କବାଦୀମାନେ ଲୁଚି ରହୁଥିବା ଏକ କ୍ୟାମ୍ପ ଠାବ କରିଥିଲେ। କିନ୍ତୁ ସେଠାରେ କୌଣସି ଆତଙ୍କବାଦୀ ନଥିଲେ। ଏହି ଅପରେସନ୍ କ୍ୟାମ୍ପ ସ୍ଥାନରୁ ଦୁଇଟି ଗ୍ରେନେଡ୍ ଏବଂ ତିନୋଟି ପାକିସ୍ତାନୀ ବନ୍ଧୁକ ଠାବ ହୋଇଛି। ବର୍ତ୍ତମାନ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ