ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ପୋଲିସ ପିନ୍ଧିବେ ବଡି କ୍ୟାମେରା

0

ଭୁବନେଶ୍ବର: ଅମାନିଆଙ୍କୁ ସାବାଡ୍‌ କରିବାକୁ ନୂଆ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୁଲିସ। ଥାନା ରିସେପସନ୍‌ ଦାୟିତ୍ୱରେ ଥିବା ଅଧିକାରୀ ପିନ୍ଧିବେ ବଡି କ୍ୟାମେରା। କୌଣସି ରିପୋର୍ଟ ଲେଖିଲା ବେଳେ କିମ୍ବା ରେଜିଷ୍ଟ୍ରେସନ ମେଣ୍ଟେନ୍ କଲା ବେଳେ ରିସେପସନରେ ବସୁଥିବା ପୋଲିସ୍ ଅଧିକାରୀମାନେ କିମ୍ବା ଅଭିଯୋଗକାରୀମାନେ କେହି କାହାକୁ ଦୁର୍ବ୍ୟବହାର କରନ୍ତି ତେବେ ତାହା ରେକର୍ଡ ହୋଇ ରହିବ।

ତେବେ ଭରତପୁର ଥାନା ଘଟଣା ଘଟିବା ପରେ ଏଭଳି ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ ପୋଲିସ୍। ତାହା ପୂର୍ବରୁ ମଧ୍ୟ ଥାନାରେ ବିଭିନ୍ନ ଘଟଣା ଘଟିଥିବା ବେଳେ ସେଠାରେ କିଏ ସତ କହୁଛି? ଦୋଷୀ କିଏ? ପୋଲିସର ଭୁଲ୍ ନା ଏତଲାକାରୀଙ୍କର? ଏନେଇ ଅନେକ ଥର ପ୍ରଶ୍ନ ସୃଷ୍ଟି ହୋଇଛି। ଯାହାକୁ ଦୃଷ୍ଟିରେ ରଖି ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ଏହି ବଡି କ୍ୟାମେରା ଦ୍ବାରା ରେକର୍ଡ ହେବ।

ଏଥିରେ କେବଳ ଏତଲାକାରୀଙ୍କ ବୟାନ କି କାର୍ଯ୍ୟକଳାପ ରେକର୍ଡ ହେବ ତାହା ନୁହେଁ, ପୋଲିସର ମଧ୍ୟ ବ୍ୟବହାର ରେକର୍ଡ ହେବ। କ୍ୟାମେରାରେ ରେକର୍ଡ ହେଉଥିବା ସବୁ ଦୃଶ୍ୟ ସିଧାସଳଖ ସିପି ଓ ଡିସିପି ଦେଖିପାରିବେ। କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ, ବଡି କ୍ୟାମେରାରେ ଥିବା ପାନିକ ବଟନକୁ ଦବାଇଲେ ଏହା ରେକର୍ଡ ଆରମ୍ଭ ହେବା ସହିତ ସେହି ସମୟର ଦୃଶ୍ୟ ସିଧା କମିଶନରେଟ ପୋଲିସ୍ ପାଖରେ ପହଞ୍ଚିଯିବ।

Leave A Reply

Your email address will not be published.