ପ୍ରମୁଖ ଖବର

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଶିମିଳିପାଳରକୁ ଆସିଲା ମହାରାଷ୍ଟ୍ରରୁ ମହାବଳ
୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି
ପୋଲିସ ପିନ୍ଧିବେ ବଡି କ୍ୟାମେରା
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା,୬ ମାସ ଭିତରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର
ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ
ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ବୈଜୟନ୍ତ

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ।

ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଥିଲେ। ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ଦାନାରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଜିଲ୍ଲା ପ୍ରଭାବିତ ହୋଇଛି। ୫ ଜିଲ୍ଲାର ୧୨ଟି ବ୍ଲକ ୮୮୦ ପଞ୍ଚାୟତର ୪୧୦୦ ଗାଁରେ ଫସଲ କ୍ଷତି ଘଟିଛି। ୨ ଲକ୍ଷ ୭୧ ହଜାର ୮୦୦ ଏକର ଚାଷ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଜଳ ନିଷ୍କାସନ ପରେ କ୍ଷେତ୍ରକୁ ଯାଇ ଆକଳନ କରାଯିବ। ସେହି ଆଧାରରେ ଚାଷୀଙ୍କୁ ଦିଆଯିବ କ୍ଷତିପୂରଣ ପ୍ରଦାନ କରାଯିବ।

Leave A Reply

Your email address will not be published.