ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ରାଜକୁମାରୀଙ୍କୁ ନେଇ ଚର୍ଚ୍ଚାରେ ରାଜବାଟୀ

0

ଭୁବନେଶ୍ୱର: ଏକଦା ବିବାଦ ଭିତରେ ଫସିଯାଇଥିବା ପାରଳା ରାଜବାଟୀ ପୁଣି ଚର୍ଚ୍ଚାକୁ ଆସିଛି । ଏଥର କିନ୍ତୁ ଅନ୍ୟ ଏକ ପ୍ରସଙ୍ଗ ନେଇ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣୀ ତଥା ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଲାଣି । ପାରଳାକୁ କ୍ୱଚିତ୍‍ ଆସୁଥିବା କଲ୍ୟାଣୀ ଦେବୀ ମଙ୍ଗଳବାର ସ୍ଥାନୀୟ ମାଣିକେଶ୍ୱରୀ ମନ୍ଦିରରେ କରିଥିବା ବନ୍ଧୁ ମିଳନ ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ ଯଦିଓ ସ୍ଥାନୀୟ କଂଗ୍ରେସ ବିଧାୟକ କେ ସୂରିୟା ରାଓଙ୍କ ସମେତ ବିଭିନ୍ନ ଦଳର ବ୍ୟକ୍ତି, ସାମ୍ୱାଦିକ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ, ତଥାପି କଲ୍ୟାଣୀ ଦେବୀଙ୍କ ସହିତ ବିଜେଡିର ସଂପର୍କ ବଢିଥିବା ଆଲୋଚନା ହେଲାଣି । ରାଣୀଙ୍କ ପରାମର୍ଶଦାତା ଭାବେ ସ୍ଥାନୀୟ ବିଜେଡି ସଭାପତି ବସନ୍ତ ଦାଶ ଥିବା ପରିପ୍ରେକ୍ଷୀରେ ତାଙ୍କର ବିଜେଡି ଯୋଗଦାନ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ସେହିଭଳି ଆଉ ଗୋଟିଏ ଗୋଷ୍ଠୀ ତାଙ୍କର ବିଜେପି ସହ ସଂପର୍କ ବଢିଥିବା କହୁଛନ୍ତି । ତେବେ ନୂଆବର୍ଷ ଓ ପୋଙ୍ଗଲରେ କଲ୍ୟାଣୀ ଦେବୀ ପ୍ରଥମ ଥର ପାଇଁ ଶୁଭେଚ୍ଛା ବ୍ୟାନର ଲଗାଇଥିଲେ ବୋଲି କୁହାଯାଉଛି ।
ଏଠାରେ ଉଲ୍ଲେଖଥାଉକିି, କଲ୍ୟାଣୀଙ୍କ ବାପା ଗୋପୀନାଥ ଗଜପତି ନାରାୟଣ ଦେବ ୧୯୮୯ ଓ ୧୯୯୬ରେ କଂଗ୍ରେସରୁ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.