ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ରାଜକୁମାରୀଙ୍କୁ ନେଇ ଚର୍ଚ୍ଚାରେ ରାଜବାଟୀ

0

ଭୁବନେଶ୍ୱର: ଏକଦା ବିବାଦ ଭିତରେ ଫସିଯାଇଥିବା ପାରଳା ରାଜବାଟୀ ପୁଣି ଚର୍ଚ୍ଚାକୁ ଆସିଛି । ଏଥର କିନ୍ତୁ ଅନ୍ୟ ଏକ ପ୍ରସଙ୍ଗ ନେଇ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣୀ ତଥା ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଲାଣି । ପାରଳାକୁ କ୍ୱଚିତ୍‍ ଆସୁଥିବା କଲ୍ୟାଣୀ ଦେବୀ ମଙ୍ଗଳବାର ସ୍ଥାନୀୟ ମାଣିକେଶ୍ୱରୀ ମନ୍ଦିରରେ କରିଥିବା ବନ୍ଧୁ ମିଳନ ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ ଯଦିଓ ସ୍ଥାନୀୟ କଂଗ୍ରେସ ବିଧାୟକ କେ ସୂରିୟା ରାଓଙ୍କ ସମେତ ବିଭିନ୍ନ ଦଳର ବ୍ୟକ୍ତି, ସାମ୍ୱାଦିକ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ, ତଥାପି କଲ୍ୟାଣୀ ଦେବୀଙ୍କ ସହିତ ବିଜେଡିର ସଂପର୍କ ବଢିଥିବା ଆଲୋଚନା ହେଲାଣି । ରାଣୀଙ୍କ ପରାମର୍ଶଦାତା ଭାବେ ସ୍ଥାନୀୟ ବିଜେଡି ସଭାପତି ବସନ୍ତ ଦାଶ ଥିବା ପରିପ୍ରେକ୍ଷୀରେ ତାଙ୍କର ବିଜେଡି ଯୋଗଦାନ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ସେହିଭଳି ଆଉ ଗୋଟିଏ ଗୋଷ୍ଠୀ ତାଙ୍କର ବିଜେପି ସହ ସଂପର୍କ ବଢିଥିବା କହୁଛନ୍ତି । ତେବେ ନୂଆବର୍ଷ ଓ ପୋଙ୍ଗଲରେ କଲ୍ୟାଣୀ ଦେବୀ ପ୍ରଥମ ଥର ପାଇଁ ଶୁଭେଚ୍ଛା ବ୍ୟାନର ଲଗାଇଥିଲେ ବୋଲି କୁହାଯାଉଛି ।
ଏଠାରେ ଉଲ୍ଲେଖଥାଉକିି, କଲ୍ୟାଣୀଙ୍କ ବାପା ଗୋପୀନାଥ ଗଜପତି ନାରାୟଣ ଦେବ ୧୯୮୯ ଓ ୧୯୯୬ରେ କଂଗ୍ରେସରୁ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.