ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ମାନିଲାନି ଇସ୍କନ,ଅଦିନରେ ଗଡ଼ିଲା ନନ୍ଦିଘୋଷ

0

ଭୁବନେଶ୍ବର: ଏତେ ବାଦ ବିବାଦ ସତ୍ୱେ ନିଜ ଜିଦରେ ଅଟଳ ରହିଲା ଇସ୍କନ। ଆମେରିକା ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ। ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ରଥଯାତ୍ରା କରିଛି ଇସ୍କନ। ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ରାଧାକୃଷ୍ଣଙ୍କ ମୂର୍ତ୍ତି ରଖି ଟାଣିଛି ଇସ୍କନ।

ସୂଚନା ଅନୁସାରେ, ପ୍ରଥମେ ଅଦିନରେ ରଥଯାତ୍ରା ନ କରିବାକୁ ଇସ୍କନକୁ କହିଥିଲେ ପୁରୀ ଗଜପତି ମହାରାଜା। ଏହା ପରେ ମଧ୍ୟ ଇସ୍କନ ନମାନି ସ୍ନାନ ପୂର୍ଣ୍ଣମୀ କରିଥିଲା। ତେଣୁ କିଛି ଦିନ ତଳେ ପୁଣି ଥରେ ରଥଯାତ୍ରା ବନ୍ଦ କରିବାକୁ କହିବା ସହ ଯଦି ବନ୍ଦ ନ କରନ୍ତି ତେବେ ଆଇନର ଦ୍ଵାରସ୍ତ ହେବୁ ବୋଲି କହିଥିଲେ ଗଜପତି। ଶେଷରେ ଦିବ୍ୟସିଂହଦେବଙ୍କ ବୟାନ ପରେ ଅଦିନିଆ ରଥଯାତ୍ରାରୁ ଓହରିଥିଲା ଇସ୍କନ। ଅଦିନିଆ ରଥଯାତ୍ରା ନ କରିବାକୁ ଗଜପତି ମହାରାଜା କହିବା ପରେ ଏଥିରୁ ନିବୃତ୍ତ ରହିବ ବୋଲି ଇସ୍କନ ପକ୍ଷରୁ କୁହାଯାଇଥିଲା।
ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ରଥଯାତ୍ରା ବଦଳରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ ବୋଲି ପ୍ରେସ ବିବୃତି ଜରିଆରେ ଇସ୍କନ ପରିଚାଳନା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା।

ତେବେ ନିର୍ଦ୍ଧାରିତ ଦିନ ଆର୍ଥାତ ଗତକାଲି ହ୍ୟୁଷ୍ଟନରେ ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଏହାକୁ ଟାଣିବା ସହ ‘ଫେଷ୍ଟିଭାଲ ଅଫ ବ୍ଲିସ’ ପାଳନ କରିଛି ଇସ୍କନ। ଅଦିନରେ ନନ୍ଦିଘୋଷ ରଥ ଗଡ଼ିବା ଓ ଇସ୍କନର ଏଭଳି ମନୋଭାବକୁ ନେଇ ପ୍ରଶ୍ନ ଉଠିଛି। ଯାହା ଓଡ଼ିଆ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି। ତେବେ ଏନେଇ ଇସ୍କନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.