ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଆସିବେ ରାଷ୍ଟ୍ରପତି

0

ଭୁବନେଶ୍ବର: ଡିସେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି। ଡିସେମ୍ବର ୪ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ନୌସେନାର ସମରାଭ୍ୟାସରେ ସାମିଲ ହେବେ। ଡିସେମ୍ବର ୪ ନୌସେନା ଦିବସ ଉପଲକ୍ଷେ ଆୟୋଜିତ ହେବ ସମରାଭ୍ୟାସ। ପୁରୀର ବ୍ଲୁ ଫ୍ଲାଗ ବେଳାଭୂମିରେ ଅନୁଷ୍ଠିତ ହେବ ସମରାଭ୍ୟାସ। ଏହି ସମରାଭ୍ୟାସରେ ନିଜର ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବ ନୌସେନା।

ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନା ଦିବସ। ଚଳିତ ବର୍ଷ ଏହି ନୌସେନା ଦିବସ ପୁରୀ ସମୁଦ୍ର ତଟରେ ପାଳନ କରାଯିବ। ପୁରୀ ବ୍ଲୁ ଫ୍ଲାଗ ବିଚରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ନୌସେନାର ଅପରେସନାଲ ଡେମନଷ୍ଟ୍ରେସନ ପ୍ରଦର୍ଶିତ ହେବ। ଏଥିପାଇଁ ନୌସେନାର ପ୍ରସ୍ତୁତି ଚାଲିଛି।
ଏହି ‘ଅପରେଶନ ଡେମୋନଷ୍ଟ୍ରେଶନ’ ବା ପରିଚାଳନାଗତ ପ୍ରଦର୍ଶନୀରେ ନୌସେନା ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତ କରିଛି। ଏହି କାର୍ଯ୍ୟକ୍ରମରେ ନୌସେନା ବହୁମୁଖୀ କ୍ଷମତାକୁ ପ୍ରଦର୍ଶିତ କରିବ। ନାଗରିକଙ୍କ ମଧ୍ୟରେ ସମୁଦ୍ରକୁ ନେଇ ସଚେତନତା ବୃଦ୍ଧି କରିବ ଏବଂ ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ପ୍ରଦର୍ଶନ କରିବାରେ ସହାୟକ ହେବ।

Leave A Reply

Your email address will not be published.