ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ ନ.ଭାସ୍କର ରାଓଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି

0

ରାୟଗଡା: ବହୁ ଚର୍ଚ୍ଚିତ ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବର୍ତ୍ତମାନର ଜିଲ୍ଲା ବିଜେଡ଼ି ସଭାପତି ଏନ.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାମରେ ଆଜି ରାୟଗଡା ଏସଡିଜେଏମ କୋର୍ଟ ଜାମିନ ବିହିନ ଗିରଫ ପରୱାନା (ଏନବିଡବ୍ଲ୍ୟୁ ) ଜାରି କରିଛନ୍ତି । ଭାସ୍କର ରାଓଙ୍କ ସମେତ, ବିଜେପି ନେତା ୟେଲା ଭେଙ୍କେଟେଶ୍ବର ରାଓ(କୋଣ୍ଡାବାବୁ), କେ. କ୍ରୀଷ୍ନା ରାଓ, ଇପିଲି ସନ୍ୟାସି ରାଜୁ, ଏନ. ଆଦି ନାରାୟଣା ଓ ପି.ଦିଲୀପ କୁମାରଙ୍କ ନାମରେ ଏସଡିଜେଏମ ବର୍ଷା ଦାଶ ଏନବିଡବ୍ଲ୍ୟୁ ଜାରି କରିଛନ୍ତି।

ମାମଲା ଅନୁସାରେ, ୨୦୧୦ ଡିସେମ୍ବର ୧୫ ତାରିଖରେ ଯୁବ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅଭିଯୋଗର ୪ ଦିନ ପରେ ଭାଗ୍ୟରଥୀଙ୍କ ଗଳିତ ଶବ ଆନ୍ଧ୍ର ପ୍ରଦେଶ କୋମରଡା ଡ୍ୟାମ ନିକଟରୁ ଉଦ୍ଧାର ହୋଇଥିଲା। ପରେ ରାୟଗଡା ପୋଲିସ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପରିବାର ବର୍ଗ ଓ ଆଦିବାସୀ ମହାସଂଘ ରାୟଗଡା ବନ୍ଦ ପାଳନ କରିଥିଲା। ରାୟଗଡା ପୋଲିସ ଏହାର ତଦନ୍ତ କରୁଥିବା ବେଳେ ରାଜ୍ୟ ସରକାର ୨୦୧୧ ଫେବୃଆରୀ ମାସରେ କ୍ରାଇମ ବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ।

ଏହି ଘଟଣାରେ ରାଜ୍ୟ କ୍ରାଇମ ବ୍ରାଞ୍ଚ ସଂପୂଣ୍ଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରି ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। କ୍ରାଇମ ବ୍ରାଞ୍ଚର ତଦନ୍ତରେ ପରିବାର ବର୍ଗ ଓ ଆଦିବାସୀ ମହାସଂଘ ସନ୍ତୁଷ୍ଟ ନହୋଇ ବିଭିନ୍ନ ସମୟରେ ସିବିଆଇ ତଦନ୍ତ ଦାବି କରିବା ସହ ଆନ୍ଦୋଳନ କରୁଥିଲେ । ଆଜି ଏସଡିଜେଏମ କୋର୍ଟ ଏନ.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାମରେ ଏନବିଡବ୍ଲ୍ୟୁ ଜାରି କରିବା ପରେ ପରିବାରବର୍ଗ ଓ ଆଦିବାସୀ ସଂଘ ଭାଗିରଥୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ମର୍ଡର କେସକୁ ୧୩ ବର୍ଷ ପୁରିଥିଲେ ମଧ୍ୟ କୋଣସି ସମାଧାନ ନହେବାରୁ, ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ବାରମ୍ବାର ବିକ୍ଷୋଭ କରାଯାଇଥିଲା। ଚଳିତ ବର୍ଷ ଫେବ୍ରୁୟାରୀ ୧୪ ତାରିଖରେ ମୃତ ଭାଗିରଥି ମାଣ୍ଡାଙ୍ଗୀଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗୀ ରିପିଟିସନ ଦାଖଲ କରିଥିଲେ। ବିଜେଡି ସରକାରରେ ନ୍ୟାୟ ନମିଳିବାରୁ ବିଜେପି ସରକାରକୁ ବିଶ୍ଵାସ କରି ସେ ରିପିଟିସନ ଦାଖଲ କରିଥିବା ଜଣାଯାଇଛି।

Leave A Reply

Your email address will not be published.