ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ବନ୍ଦେ ଭାରତ ଏକ୍ସପ୍ରେସ ଖାଦ୍ୟରେ ପୋକ

0

ଚେନ୍ନାଇ: ବନ୍ଦେ ଭାରତ ଏକ୍ସପ୍ରେସ ଖାଦ୍ୟରେ ପୋକ। ଆଗରୁ ମଧ୍ୟ ଖାଦ୍ୟ ସେବାକୁ ନେଇ ବନ୍ଦେ ଭାରତ ଏକ୍ସପ୍ରେସ ବିବାଦ ଘେରରେ ରହିଛି । ପୁଣି ଥରେ ଏହି ଟ୍ରେନରେ ପରଷା ଯାଇଥିବା ଖାଦ୍ୟରେ ପୋକ ବାହାରିଥିବା ନେଇ ଖବର ମିଳିଛି ।

ସୂଚନା ଅନୁଯାୟୀ, ଏନେଇ ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଯାତ୍ରୀଙ୍କୁ ପରଷା ଯାଇଥିବା ସାମ୍ବରରେ ଏକ ପୋକ ଭାସୁଥିବା ଦେଖାଯାଇଥିଲା। ତେବେ ଏହି ଟ୍ରେନଟି ତିରୁନେଲୱେଲିରୁ ଚେନ୍ନାଇ ଯାଉଥିଲା। ତେବେ ଏହି ଭିଡିଓକୁ ନେଇ କଂଗ୍ରେସ ସାଂସଦ ମାଣିକମ୍ ଟାଗୋର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ “ଯାତ୍ରୀମାନେ ଆଇଆରସିଟିସିର ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ତେବେ ଏହାର ସମାଧାନ ତଥା ପ୍ରିମିୟମ ଟ୍ରେନରେ ଖାଦ୍ୟ ନିରାପତ୍ତା ପାଇଁ କେଉଁ ପଦକ୍ଷେପ ନିଆଯାଉଛି?”

ଏହି ଭିଡିଓ ଉପରେ ରେଳବାଇ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଯେ ତୁରନ୍ତ ତଦନ୍ତ କରାଯାଇ ଖାଦ୍ୟ ପ୍ୟାକେଜକୁ ଡିଣ୍ଡିଗୁଲ ଷ୍ଟେସନରେ ସ୍ୱାସ୍ଥ୍ୟ ଇନ୍ସପେକ୍ଟରଙ୍କୁ ଦିଆଯାଇଥିଲା। ତେବେ ଅନୁସନ୍ଧାନରୁ ଜଣାପଡିଛି ଯେ ଖାଦ୍ୟ ପ୍ୟାକେଟର ଢାଙ୍କୁଣୀରେ ପୋକ ଲାଗିଥିଲା ଏବଂ ଏହାର ପ୍ରତି ବଦଳରେ ସେବା ପ୍ରଦାନକାରୀଙ୍କ ଉପରେ ୫୦ ହଜାର ଟଙ୍କା ଜୋରିମାନା ମଧ୍ୟ ଲଗାଯାଇଛି। ତେବେ ବନ୍ଦେ ଭାରତ ଟ୍ରେନରେ ଏହା ପ୍ରଥମ ନୁହେଁ। ଆଗରୁ ମଧ୍ୟ ଜଣେ ବ୍ୟକ୍ତିଙ୍କ ଖାଦ୍ୟରେ ଅସରପା ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା।

Leave A Reply

Your email address will not be published.