ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବନ୍ଦେ ଭାରତ ଏକ୍ସପ୍ରେସ ଖାଦ୍ୟରେ ପୋକ

0

ଚେନ୍ନାଇ: ବନ୍ଦେ ଭାରତ ଏକ୍ସପ୍ରେସ ଖାଦ୍ୟରେ ପୋକ। ଆଗରୁ ମଧ୍ୟ ଖାଦ୍ୟ ସେବାକୁ ନେଇ ବନ୍ଦେ ଭାରତ ଏକ୍ସପ୍ରେସ ବିବାଦ ଘେରରେ ରହିଛି । ପୁଣି ଥରେ ଏହି ଟ୍ରେନରେ ପରଷା ଯାଇଥିବା ଖାଦ୍ୟରେ ପୋକ ବାହାରିଥିବା ନେଇ ଖବର ମିଳିଛି ।

ସୂଚନା ଅନୁଯାୟୀ, ଏନେଇ ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଯାତ୍ରୀଙ୍କୁ ପରଷା ଯାଇଥିବା ସାମ୍ବରରେ ଏକ ପୋକ ଭାସୁଥିବା ଦେଖାଯାଇଥିଲା। ତେବେ ଏହି ଟ୍ରେନଟି ତିରୁନେଲୱେଲିରୁ ଚେନ୍ନାଇ ଯାଉଥିଲା। ତେବେ ଏହି ଭିଡିଓକୁ ନେଇ କଂଗ୍ରେସ ସାଂସଦ ମାଣିକମ୍ ଟାଗୋର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ “ଯାତ୍ରୀମାନେ ଆଇଆରସିଟିସିର ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ତେବେ ଏହାର ସମାଧାନ ତଥା ପ୍ରିମିୟମ ଟ୍ରେନରେ ଖାଦ୍ୟ ନିରାପତ୍ତା ପାଇଁ କେଉଁ ପଦକ୍ଷେପ ନିଆଯାଉଛି?”

ଏହି ଭିଡିଓ ଉପରେ ରେଳବାଇ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଯେ ତୁରନ୍ତ ତଦନ୍ତ କରାଯାଇ ଖାଦ୍ୟ ପ୍ୟାକେଜକୁ ଡିଣ୍ଡିଗୁଲ ଷ୍ଟେସନରେ ସ୍ୱାସ୍ଥ୍ୟ ଇନ୍ସପେକ୍ଟରଙ୍କୁ ଦିଆଯାଇଥିଲା। ତେବେ ଅନୁସନ୍ଧାନରୁ ଜଣାପଡିଛି ଯେ ଖାଦ୍ୟ ପ୍ୟାକେଟର ଢାଙ୍କୁଣୀରେ ପୋକ ଲାଗିଥିଲା ଏବଂ ଏହାର ପ୍ରତି ବଦଳରେ ସେବା ପ୍ରଦାନକାରୀଙ୍କ ଉପରେ ୫୦ ହଜାର ଟଙ୍କା ଜୋରିମାନା ମଧ୍ୟ ଲଗାଯାଇଛି। ତେବେ ବନ୍ଦେ ଭାରତ ଟ୍ରେନରେ ଏହା ପ୍ରଥମ ନୁହେଁ। ଆଗରୁ ମଧ୍ୟ ଜଣେ ବ୍ୟକ୍ତିଙ୍କ ଖାଦ୍ୟରେ ଅସରପା ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା।

Leave A Reply

Your email address will not be published.