ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ରାଜଧାନୀରେ କଳ୍କୀ ବାବା

0

ବେକରେ ଫୁଲ ମାଳ, ପାଦ ତଳେ ତୁଳସୀ
ଭୁବନେଶ୍ବର: ସୋସିଆଲ ମିଡିଆରେ ଜଣେ ନାବାଳକଙ୍କ ବେକରେ ଫୁଲମାଳ ଏବଂ ପାଦତଳେ ତୁଳସୀ ଥିବାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିଜକୁ କଳ୍‌କୀ ଅବତାର ଦର୍ଶାଇ ପାଦତଳେ ତୁଳସୀ ରଖୁଥିବାରୁ ବିବାଦ ଦେଖାଦେଇଛି।

ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଜଣେ ନାବାଳକଙ୍କୁ କଳ୍କୀ ଅବତାର କହି ପୂଜା କରିବା ପ୍ରସଙ୍ଗ ଏବେ ତେଜିବାରେ ଲାଗିଲାଣି। ଆଶ୍ରମ ଟ୍ରଷ୍ଟିଙ୍କ ବୟାନ ଏବଂ ଆଶ୍ରମ ପରିସର ଭିତକୁ ପ୍ରବେଶ ନକରେଇ ଦେବା ସନ୍ଦେହ ବଢାଇଛି। ଜଣେ ଶିଶୁକୁ ଭଗବାନଙ୍କ ଅବତାର କହି ପୂଜା କରୁଥିବାରୁ ଏହି ଘଟଣାରେ ଏବେ ନିଜ ଆଡ଼ୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ। ମାମଲା ରୁଜୁ ସହ ଭରତପୁର ଥାନାକୁ ରିପୋର୍ଟ ତଲବ ମାଗିଛନ୍ତି। ବାସ୍ତବରେ ଆଶ୍ରମ ଭିତରେ କ’ଣ ଚାଲିଛି? ଏନେଇ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଭରତପୁର ଥାନାକୁ ଶିଶୁ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିସହିତ ଘଟଣାର ତଦନ୍ତ କରିବାକୁ ସିଡବ୍ଲ୍ୟୁସିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଜଣେ ଶିଶୁଙ୍କୁ ବାବା ସଜାଇ ତାଙ୍କ ପାଦରେ ଜୁଳସୀ ଚଢାଇବା ଫଟୋ ଭାଇରାଲ ହେବା ପରେ ଏହି ଆଶ୍ରମର ଗୁମର ଫିଟିଥିଲା। କିନ୍ତୁ ଏହାକୁ ନେଇ ଆଶ୍ରମ ଟ୍ରଷ୍ଟିଙ୍କ ବୟାନ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଶ୍ରମ ଲୋକେ କହୁଛନ୍ତି ଶିଶୁ ଜଣଙ୍କ ହେଉଛନ୍ତି କଳିଯୁଗର ବାବା। ନାଁ ତାଙ୍କର କଳକୀ ଭଗବାନ। ଏହି ନାବାଳକଙ୍କ ଜଣଙ୍କ ହେଉଛନ୍ତି ଖଣ୍ଡଗିରି ବାସିନ୍ଦା କାଶୀନାଥ ମିଶ୍ରଙ୍କ ପୁଅ ଅନନ୍ତ ମାଧବ। ପୁଅକୁ ଜଗନ୍ନାଥଙ୍କ ଅବତାର ବୋଲି ଅପପ୍ରଚାର କରୁଛନ୍ତି କାଶୀନାଥ। ପୁଅକୁ ବାବା ସଜେଇ ଲୋକଙ୍କଠୁ ରୋଜଗାର କରୁଥିବା ଅଭିଯୋଗ ହୋଇଛି। ଯାହାକି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଛି।

ଏହାକୁ ବିରୋଧ କରି ଭରତପୁର ରାଜ୍ୟ ସମାଜସେବୀ ମହାସଂଘ ଥାନାର ଦ୍ୱାରସ୍ଥ ହୋଇଛି। ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମହାସଂଘ ଦାବି କରିଛି। ଅଭିଯୋଗକୁ ଆଧାର କରି ବୈକୁଣ୍ଠଧାମ ସେବାଶ୍ରମରେ ଭରତପୁର ଥାନା ପୋଲିସ ଚଢାଉ କରିଛି। ପୋଲିସର ତଥ୍ୟ ଅନୁଯାୟୀ, ଭାଷ୍ୟକାର କାଶୀନାଥ ମିଶ୍ର ବର୍ତ୍ତମାନ କୋଲକାତାରେ ରହୁଛନ୍ତି। କଳକୀଙ୍କ ଅବତାର ଦର୍ଶାଯାଉଥିବା ତାଙ୍କ ପୁଅ ସତୀଶ ଚନ୍ଦ୍ର ମିଶ୍ରଙ୍କ ଦେଖାଦର୍ଶନ ମିଳିନାହିଁ । ଭାଇରାଲ ହେଉଥିବା ଫଟୋଟି ୧୦ ବର୍ଷର ପୁରୁଣା। ଆଶ୍ରମରେ କୌଣସି ଅନୈତିକ କାମ ଚାଲିଛି କି ନାହିଁ, ସେନେଇ ପୋଲିସ୍ ଅଧିକ ତଦନ୍ତ କରୁଛି। ଅନ୍ୟପଟେ ଏତେ ପୁରୁଣା ଫଟୋଟିକୁ କିଏ ଭାଇରାଲ କଲା? ସେନେଇ ଆଶ୍ରମ ପକ୍ଷରୁ ସାଇବର ଥାନାରେ ଏକ ଏତଲା ଦିଆଯାଇଛି।

ସେପଟେ ବାବାଙ୍କ ନାଁରେ ଅଭିଯୋଗ ପରେ ଆଶ୍ରମ ଟ୍ରଷ୍ଟି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, କୁନି ପିଲାଟି ଭିତରେ ଅନେକ ଅଲୌକିକ ଶକ୍ତି ରହିଛି। ବହୁ ଦୁରାରୋଗକୁ ଭଲ କରିବାର କ୍ଷମତା ଅଛି । ତାଙ୍କୁ ଶୂନ୍ୟବାଣୀ ହୋଇଛି ଯେ ସ୍ୱୟଂ ଶ୍ରୀଜଗନ୍ନାଥ ବେଶରେ ଏହି ବାଳକ ତାଙ୍କ ଆଶ୍ରମରେ ଜନ୍ମ ଗ୍ରହଣ କରିସାରିଛନ୍ତି। ସେଥିପାଇଁ ତାଙ୍କ ପାଦ ଓ ମୁଣ୍ଡରେ ତୁଳସୀ ପତ୍ର ଚଢ଼ା ହେଉଛି। ହେଲେ ତୁଳସୀ ସେ ଛୋଟ ଥିବା ବେଳେ ପାଦ ତଳେ ଦିଆଯାଉଥିଲା ଏବେ କେବଳ ମୁଣ୍ଡରେ ଦିଆଯାଉଛି ବୋଲି ସେ ଦାବି କରିଥିଲେ। ଛୋଟ ଥିବା ବେଳେ ତୁଳସୀ ଦିଆଯାଇଥିଲା ଏବେ ବାବଙ୍କ ବୟସ ୧୮ ବର୍ଷ ହୋଇଯାଇଛି। ଏବେ ମୁଣ୍ଡରେ ତୁଳସୀ ଦିଆଯାଉଛି।

Leave A Reply

Your email address will not be published.