ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

କ୍ଷମା ମାଗିଲେ ମନୋଜ

0

ଭୁବନେଶ୍ବର: ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’କୁ ନେଇ ବ୍ରିଭାନ୍ତିକର ମନ୍ତବ୍ୟ ଦେବା ପରେ ଶେଷରେ କ୍ଷମାପ୍ରାର୍ଥନା କରିଛନ୍ତି ଓଲିଉଡ ଅଭିନେତା ମନୋଜ ମିଶ୍ର। ରବିବାର ରାତିରେ ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି ମନୋଜ। 
ସେ କହିଛନ୍ତି ବ୍ୟାସ କବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ। ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ ତେବେ ସେଥିପାଇଁ ମୁଁ ଦୁଃଖିତ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ମନୋଜ ମିଶ୍ର ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ୱରରେ ତୀବ୍ର ବିରୋଧ କରାଯାଇଥିଲା । ଏପରି କି ରବିବାର ସକାଳେ ବାଲେଶ୍ୱର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ଦିଆଯାଇଥିଲା।

ଫକିରମୋହନ ସେନାପତିଙ୍କ ଲେଖାକୁ ପ୍ରଶ୍ନ କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ। ମୋର ଓଡ଼ିଆ ସାହିତ୍ୟ ପ୍ରତି ସେତିକି ଜ୍ଞାନ ନାହିଁ। ମୋର କମେଣ୍ଟସକୁ ନେଇ କିଛି ଲୋକ ମୋତେ ସାହିତ୍ୟ ଭିତରୁ ଟାଣି ଆଣିଲେ। ଦୟାକରି ମୋତେ ବିବାଦ ଭିତରକୁ ଟାଣନ୍ତୁ ନାହିଁ। ବର୍ତ୍ତମାନର ସିନେମା ଟାଇଟେଲକୁ ନେଇ ମୋର ସମସ୍ୟା ଥିଲା। ଆଜିକା ଦିନରେ ଆମେ ନାରୀର ସୁରକ୍ଷା ବିଷୟରେ କଥା ହେଉଛେ। ସିନେମାର ଟାଇଟେଲରେ ବ୍ୟବହାର କରାଯାଉଥିବା ଶବ୍ଦକୁ ନେଇ ମୋ ମନରେ ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ମନୋଜ ମିଶ୍ର ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା। ଏପରି କି ରବିବାର ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ଦିଆଯାଇଥିଲା। ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ, ନ ହେଲେ ଆମେ କୋର୍ଟକୁ ଯିବୁ ବୋଲି  ରବିବାର ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଚେତାବନୀ ଦେଇଥିଲେ।

Leave A Reply

Your email address will not be published.