ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଡେପୁଟି ଜେନେରାଲ ମ୍ୟାନେଜର୍‌ଙ୍କ ଘରୁ ମିଳିଲା ଏକ କେଜିରୁ ଅଧିକ ସୁନା

0

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ ୱେଲଫର୍‌ କର୍ପୋରେଶନ(OPHWC) ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର୍‌ ସୁବାଷ ଚନ୍ଦ୍ର ପଣ୍ଡା। ସୋମବାର ସୁବାଷଙ୍କ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସୁବାଷଙ୍କ ଭୁବନେଶ୍ୱର ଆଇଗିଣିଆରେ ଥିବା ଘର , ମଞ୍ଚେଶ୍ୱର ଥିବା ଘର, ବ୍ରହ୍ମପୁର ଖାରବେଳ ନଗରରେ ଥିବା ଭଡା ଘର ଓ ବ୍ରହ୍ମପୁର ଅଫିସରେ ଚଢାଉ ଜାରି ରହିଛି। ଚଢାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଛନ୍ତି।

ଭିଜିଲାନ୍ସ ଟିମ୍‌କୁ ଘର ସମ୍ମୁଖରେ ଦେଖି ଡେପୁଟି ଜେନେରାଲ ମ୍ୟାନେଜର୍‌ ପଡ଼ୋଶୀ ଛାତକୁ ବିଡାବିଡା ଟଙ୍କା ଫିଙ୍ଗିଦେଇଥିଲେ। ପଡ଼ୋଶୀ ଛାତରୁ ୧୪ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି। ସୁବାଷଙ୍କ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ସମୟରେ ଡିଜିଏମଙ୍କ ଘରୁ କେଜିଏ ସୁନା ମିଳିଛି। ଏଥିସହ ଭୁବନେଶ୍ବରରେ ୪ଟି ବହୁମୂଲ୍ୟ ପ୍ଲଟ୍‌, ଗୋଟିଏ କ୍ରେଟା ଓ ଆଉ ଗୋଟିଏ ବେନାମୀ କାର୍‌ ଠାବ ହୋଇଛି।

ସୁବାସ ବାବୁଙ୍କର ଘରର ଯେଉଁଠି ହାତ ମାରିଲେ ସେଠୁ ବାହାରୁଛି ସୁନା ଆଉ ସୁନା। ୧୦୦ କି ୨୦୦ ଗ୍ରାମ ନୁହେଁ ୪୦୦ କି ୫୦୦ ଗ୍ରାମ ନୁହେଁ। ରେଡ୍ ବେଳେ ଭିଜିଲାନ୍ସକୁ ମିଳିଛି ଏକ କେଜିରୁ ଅଧିକ ସୁନା ଅଳଙ୍କାର। ଭୁବନେଶ୍ୱର ଆଇଗିଣିଆ ଘରେ ରେଡ୍ ବେଳେ ବାବୁଙ୍କ ମିଳିଛି ପୁଳା ପୁଳା ସୁନା ଅଳଙ୍କାର । ସୁନା ଚେନ୍, ଲକେଟ, ମୁଦି, ଚୁଡ଼ି ଏମିତି ଅନେକ କିଛି।

Leave A Reply

Your email address will not be published.