ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଡେପୁଟି ଜେନେରାଲ ମ୍ୟାନେଜର୍‌ଙ୍କ ଘରୁ ମିଳିଲା ଏକ କେଜିରୁ ଅଧିକ ସୁନା

0

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ ୱେଲଫର୍‌ କର୍ପୋରେଶନ(OPHWC) ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର୍‌ ସୁବାଷ ଚନ୍ଦ୍ର ପଣ୍ଡା। ସୋମବାର ସୁବାଷଙ୍କ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସୁବାଷଙ୍କ ଭୁବନେଶ୍ୱର ଆଇଗିଣିଆରେ ଥିବା ଘର , ମଞ୍ଚେଶ୍ୱର ଥିବା ଘର, ବ୍ରହ୍ମପୁର ଖାରବେଳ ନଗରରେ ଥିବା ଭଡା ଘର ଓ ବ୍ରହ୍ମପୁର ଅଫିସରେ ଚଢାଉ ଜାରି ରହିଛି। ଚଢାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଛନ୍ତି।

ଭିଜିଲାନ୍ସ ଟିମ୍‌କୁ ଘର ସମ୍ମୁଖରେ ଦେଖି ଡେପୁଟି ଜେନେରାଲ ମ୍ୟାନେଜର୍‌ ପଡ଼ୋଶୀ ଛାତକୁ ବିଡାବିଡା ଟଙ୍କା ଫିଙ୍ଗିଦେଇଥିଲେ। ପଡ଼ୋଶୀ ଛାତରୁ ୧୪ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି। ସୁବାଷଙ୍କ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ସମୟରେ ଡିଜିଏମଙ୍କ ଘରୁ କେଜିଏ ସୁନା ମିଳିଛି। ଏଥିସହ ଭୁବନେଶ୍ବରରେ ୪ଟି ବହୁମୂଲ୍ୟ ପ୍ଲଟ୍‌, ଗୋଟିଏ କ୍ରେଟା ଓ ଆଉ ଗୋଟିଏ ବେନାମୀ କାର୍‌ ଠାବ ହୋଇଛି।

ସୁବାସ ବାବୁଙ୍କର ଘରର ଯେଉଁଠି ହାତ ମାରିଲେ ସେଠୁ ବାହାରୁଛି ସୁନା ଆଉ ସୁନା। ୧୦୦ କି ୨୦୦ ଗ୍ରାମ ନୁହେଁ ୪୦୦ କି ୫୦୦ ଗ୍ରାମ ନୁହେଁ। ରେଡ୍ ବେଳେ ଭିଜିଲାନ୍ସକୁ ମିଳିଛି ଏକ କେଜିରୁ ଅଧିକ ସୁନା ଅଳଙ୍କାର। ଭୁବନେଶ୍ୱର ଆଇଗିଣିଆ ଘରେ ରେଡ୍ ବେଳେ ବାବୁଙ୍କ ମିଳିଛି ପୁଳା ପୁଳା ସୁନା ଅଳଙ୍କାର । ସୁନା ଚେନ୍, ଲକେଟ, ମୁଦି, ଚୁଡ଼ି ଏମିତି ଅନେକ କିଛି।

Leave A Reply

Your email address will not be published.