ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଲାଞ୍ଚ ନେଇ ବନ୍ଧା ହେଲେ ଇଷ୍ଟକୋଷ୍ଟ ରେଲୱେ ଡିଆରଏମ୍

0

ମୁମ୍ବାଇ: ଲାଞ୍ଚ ନେଇ ବନ୍ଧା ହେଲେ ଇଷ୍ଟକୋଷ୍ଟ ରେଲୱେ ଡିଆରଏମ୍। ୱାଲଟିୟର ଡିଭିଜନ୍ ଡିଆରଏମଙ୍କୁ ଗିରଫ କରିଛି ସିବିଆଇ। ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ମୁମ୍ବାଇ ସ୍ଥିତ ଏକ ଘରୋଇ ଫାର୍ମ ମାଲିକଙ୍କଠାରୁ ଲାଞ୍ଚ ନେଉଥିଲେ। ଏହି ଘଟଣାରେ ପୁଣେସ୍ଥିତ ଆଉ ଏକ ଫାର୍ମ ମାଲିକଙ୍କୁ ବି ଗିରଫ କରିଛି ସିବିଆଇ।

ସିବିଆଇ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ସୌରଭ ପ୍ରସାଦଙ୍କୁ ଶନିବାର ମୁମ୍ବାଇରେ ଗିରଫ କରାଯାଇଛି। ଭାରତୀୟ ରେଳ ମେକାନିକାଲ ଇଞ୍ଜିନିୟରିଂ ସର୍ଭିସର ୧୯୯୧ ବ୍ୟାଚ ଅଧିକାରୀ ପ୍ରସାଦ ପୂର୍ବ ତଟ ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା ଚୁକ୍ତିନାମାରେ ଖରାପ ପ୍ରଦର୍ଶନ ପାଇଁ ଜରିମାନା ହ୍ରାସ କରିବା ଏବଂ ୩.୧୭ କୋଟି ଟଙ୍କାର ବିଲ୍ ପାସ୍ କରାଇବାକୁ ଲାଞ୍ଚ ନେଉଥିଲେ ଡିଭିଜନ୍ ଡିଆରଏମ।

ଏହାପରେ ଖାନତଲାସି ବେଳେ ବିଶାଖାପାଟଣମରେ ଥିବା ଡିଆରଏମଙ୍କ ଘରୁ ୮୭ ଲକ୍ଷ ୬ ହଜାର ଟଙ୍କା ଏବଂ ୭୨ ଲକ୍ଷ ଟଙ୍କାର ଗହଣା ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ସିବିଆଇ ସମୃକ୍ତ ଡିଆରଏମ ଏବଂ ଦୁଇଟି ଫାର୍ମ ମାଲିକଙ୍କ ନାଁରେ ଅପରାଧୀକ ଷଡଯନ୍ତ୍ର ଏବଂ ଦୁର୍ନୀତିରେ ଲିପ୍ତ ଅଭିଯୋଗରେ ମାମଲା ରୁଜୁ କରି ଅଧିକ ଖୋଳତାଳ ଚଳାଇଛି। ଗିରଫ ପରେ ସିବିଆଇ ମୁମ୍ବାଇ, ବିଶାଖାପାଟନମ୍, ପୁଣେ, ଭଦୋଦରା ଏବଂ କୋଲକାତାର ୧୧ଟି ସ୍ଥାନରେ ଚଢାଉ କରିଥିଲା ​​ବୋଲି ସିବିଆଇ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି।

Leave A Reply

Your email address will not be published.