ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି

0

କଟକ: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧିକୁ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଆଜି ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୮ ଅର୍ଥାତ୍ ଆଜି ଫର୍ମ ପୂରଣର ଶେଷ ତାରିଖ ଥିବାବେଳେ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧିକୁ ବଢ଼ାଇଛି ବୋର୍ଡ। ସେହିପରି SOSC ପରୀକ୍ଷା ୨୦୨୫ (ପ୍ରଥମ) ପାଇଁ ମଧ୍ୟ ଫର୍ମ ପୂରଣ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ତେବେ ଏହା ଶେଷ ପ୍ରକ୍ରିୟା ଏବଂ ଏହା ପରେ ଆଉ ଫର୍ମ ପୂରଣ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ, ମାଟ୍ରିକ୍ ପରୀକ୍ଷା ପାଇଁ ନଭେମ୍ବର ୩ ତାରିଖରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ନଭେମ୍ବର ୧୮ ଅର୍ଥାତ୍ ଆଜି ଫର୍ମ ପୂରଣର ଶେଷ ତାରିଖ ଥିଲା। ତେବେ ଏହାକୁ ବୋର୍ଡ ପକ୍ଷରୁ ବୃଦ୍ଧି କରାଯାଇଛି। ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ।

Leave A Reply

Your email address will not be published.