ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ

0

ଭୁବନେଶ୍ବର; ଗୋପାଳକ ଓ ମତ୍ସ୍ୟ ଚାଷୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ, ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୨୩୦୦ କୋଟି ଟଙ୍କାର ଯୋଜନା ଆରମ୍ଭ ହୋଇଛି। ବିଶ୍ୱ ମତ୍ସ୍ୟ ଦିବସରେ ସୂଚନା ଦେଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସମ୍ବଲପୁରରେ ୧୦୦ ଏକର ଜମିରେ ହେବ ଆକୁଆ ପାର୍କ। ଏବେ ରାଜ୍ୟର ଫୋକସ୍‌ ମଧୁର ମାଛ ଉପରେ ରହିଛି। ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ହେବ ଓଡ଼ିଶା। ସାରା ଦେଶରେ ଓଡ଼ିଶା ୪ ନମ୍ବରରେ ଥିବା ବେଳେ ରପ୍ତାନି ମଧ୍ୟ ବଢିଛି। ଆଗାମୀ ୫ ବର୍ଷରେ ମଧୁର ମାଛ ରପ୍ତାନି ପାଇଁ ଟାର୍ଗେଟ ରଖାଯାଇଛି। ଏଥିପାଇଁ ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ। ବର୍ତ୍ତମାନ ରାଜ୍ୟରେ ୧୧.୫ ଲକ୍ଷ ମେଟ୍ରିକ୍‌ ଟନ ମଧୁର ମାଛ ଉତ୍ପାଦନ ହେଉଛି। ରାଜ୍ୟରେ ମୁଣ୍ଡ ପିଛା ୧୮ କିଲୋ ମାଛ ଲୋକ ଖାଉଛନ୍ତି। ରାଜ୍ୟରେ ଅଧିକ ମତ୍ସ୍ୟ ବଜାର, ଜେଟି ପ୍ରତିଷ୍ଠା ପାଇଁ କାମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.