ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବାୟୁ ପ୍ରଦୂଷଣ ଯୋଗୁଁ ବଦଳିଲା ସରକାରୀ କର୍ମଚାରୀଙ୍କ ଯିବା ଆସିବା ସମୟ

0

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଯୋଗୁଁ ବଦଳିଲା ସରକାରୀ କର୍ମଚାରୀଙ୍କ ଯିବା ଆସିବା ସମୟ। ଏହା ସହ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ ଏବଂ ୫୦ ପ୍ରତିଶତ କର୍ମଚାରୀ ଅଫିସକୁ ଆସିବେ ବୋଲି ସରକାର ନିର୍ଦେଶ ଦେଇଛନ୍ତି। ଦେଶର ରାଜଧାନୀରେ ବାୟୁ ପ୍ରଦୂଷଣ ଗୁଣବତ୍ତା ସୂଚକାଙ୍କର ସ୍ତର ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି , ଯାହା ୪୦୦ ଅତିକ୍ରମ କରିଛି। ଏହି ପରିପ୍ରେକ୍ଷୀରେ, ଦିଲ୍ଲୀ ଏନସିଆରରେ ଗ୍ରୁପ୍-୪ ପ୍ରତିବନ୍ଧକ ଲାଗୁ ହୋଇଛି। ଏ ସମ୍ପର୍କରେ କେନ୍ଦ୍ର ସରକାର ଦିଲ୍ଲୀ ଏନସିଆରର କେନ୍ଦ୍ରୀୟ କର୍ମଚାରୀଙ୍କ କାର୍ଯ୍ୟ ସମୟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଅଫିସରୁ ଆସିବା ଏବଂ ଯିବା ସମୟ ବଦଳାଇ ସେମାନଙ୍କୁ ସାଧାରଣ ପରିବହନ ଦ୍ୱାରା ଯାତ୍ରା କରିବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶ ଅନୁଯାୟୀ, କାର୍ଯ୍ୟାଳୟଗୁଡ଼ିକ ସକାଳ ୯ଟାରୁ ୫ଟା୩୦ ଏବଂ ସକାଳ ୧୦ ଟାରୁ ୬ଟା୩୦ ପର୍ଯ୍ୟନ୍ତ ଖୋଲା ରହିବ। କାର୍ମିକ ମନ୍ତ୍ରଣାଳୟର ଆଦେଶରେ କୁହାଯାଇଛି ଯେ, ଯେଉଁ କର୍ମଚାରୀମାନେ ସକାଳ ୯ଟାରେ ଅଫିସକୁ ଆସନ୍ତି ସେମାନେ ସନ୍ଧ୍ୟା ୫ଟା୩୦ରେ ଘରକୁ ଯିବେ ଏବଂ ଯେଉଁମାନେ ସକାଳ ୧୦ଟାରେ ଆସିବେ ସେମାନେ ସନ୍ଧ୍ୟା ୬ଟା୩୦ ପର୍ଯ୍ୟନ୍ତ ଅଫିସରେ ରହିବେ। ଏହି ନିର୍ଦ୍ଦେଶ କେବଳ ଦିଲ୍ଲୀ ଏନସିଆରରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ଏଥିସହ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ସର୍ବସାଧାରଣ ଯାନବାହାନ ଯୋଗେ ଅଫିସକୁ ଯିବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଯାନବାହାନ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବାରେ କର୍ମଚାରୀମାନେ ସହଯୋଗ କରିବା ଉଚିତ୍। ଏଥିପାଇଁ ସେମାନେ ଯାନବାହାନରେ (ବାହାନ ପୁଲିଂ) ଅଫିସକୁ ଯିବା କିମ୍ବା ସର୍ବସାଧାରଣ ପରିବହନ ବ୍ୟବହାର କରିବା ଉଚିତ୍। ଏହାପୂର୍ବରୁ ଦିଲ୍ଲୀ ସରକାର ସମସ୍ତ ବିଭାଗରେ ଘରୁ କାର୍ଯ୍ୟ ପିଲିସି ଲାଗୁ କରିଥିଲେ। ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ ଏବଂ ୫୦ ପ୍ରତିଶତ କର୍ମଚାରୀ ଅଫିସକୁ ଆସିବେ ବୋଲି ଆତିଶ ସରକାର ଘୋଷଣା କରିଛନ୍ତି।

Leave A Reply

Your email address will not be published.