ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଦିଲ୍ଲୀ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରୁ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଜିଲାରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ହଳଦୀ କିଣିବା ସହ ଦାରିଙ୍ଗବାଡ଼ିକୁ ନେଇ ନିଜର ସ୍ମୃତି ମନେ ପକାଇଥିଲେ। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧାରୁ ଆସିଥିବା ଶ୍ରୀଅନ୍ନ ଯୋଜନାରେ ଚାଷ କରାଯାଉଥିବା ମାଣ୍ଡିଆକୁ ମଧ୍ୟ କିଣିଛନ୍ତି।

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୧୩ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୭ରେ ଉଦ୍‌ଯାପନ ହେବ। ଏଥିରେ ଓଡ଼ିଶାର ଷ୍ଟଲ ପଡ଼ିଥିବାରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇ ସେସବୁକୁ ବୁଲି ଦେଖିଛନ୍ତି। ୫ ଶହ ଗ୍ରାମ କନ୍ଧମାଳ ହଳଦୀ କିଣିବା ବେଳେ ସେ ଦାରିଙ୍ଗବାଡ଼ିରେ ଅନେକ ଦିନ ବିତାଇଥିବା ମିଶନଶକ୍ତିର ଝରଣା ସାହୁଙ୍କୁ କହିଥିଲେ। ଏଥିସହ ହଳଦୀ ବିକ୍ରିକୁ ନେଇ ଖୁସିବ୍ୟକ୍ତ କରିଥିଲେ। ସେହିଭଳି ଜୈବିକ ପଦ୍ଧତିରେ ପ୍ରସ୍ତୁତ ମାଣ୍ଡିଆ ଷ୍ଟଲରୁ ୧ ହଜାର ଟଙ୍କାର ମିଲେଟ୍‌ ସାମଗ୍ରୀ କିଣିଥିବା ସୂଚନା ମିଳିଛି।

Leave A Reply

Your email address will not be published.