ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଦିଲ୍ଲୀ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରୁ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଜିଲାରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ହଳଦୀ କିଣିବା ସହ ଦାରିଙ୍ଗବାଡ଼ିକୁ ନେଇ ନିଜର ସ୍ମୃତି ମନେ ପକାଇଥିଲେ। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧାରୁ ଆସିଥିବା ଶ୍ରୀଅନ୍ନ ଯୋଜନାରେ ଚାଷ କରାଯାଉଥିବା ମାଣ୍ଡିଆକୁ ମଧ୍ୟ କିଣିଛନ୍ତି।

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୧୩ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୭ରେ ଉଦ୍‌ଯାପନ ହେବ। ଏଥିରେ ଓଡ଼ିଶାର ଷ୍ଟଲ ପଡ଼ିଥିବାରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇ ସେସବୁକୁ ବୁଲି ଦେଖିଛନ୍ତି। ୫ ଶହ ଗ୍ରାମ କନ୍ଧମାଳ ହଳଦୀ କିଣିବା ବେଳେ ସେ ଦାରିଙ୍ଗବାଡ଼ିରେ ଅନେକ ଦିନ ବିତାଇଥିବା ମିଶନଶକ୍ତିର ଝରଣା ସାହୁଙ୍କୁ କହିଥିଲେ। ଏଥିସହ ହଳଦୀ ବିକ୍ରିକୁ ନେଇ ଖୁସିବ୍ୟକ୍ତ କରିଥିଲେ। ସେହିଭଳି ଜୈବିକ ପଦ୍ଧତିରେ ପ୍ରସ୍ତୁତ ମାଣ୍ଡିଆ ଷ୍ଟଲରୁ ୧ ହଜାର ଟଙ୍କାର ମିଲେଟ୍‌ ସାମଗ୍ରୀ କିଣିଥିବା ସୂଚନା ମିଳିଛି।

Leave A Reply

Your email address will not be published.