ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ଉ, ୮୦ରୁ ଊର୍ଦ୍ଧ୍ୱ ଗିରଫ

0

ନୂଆପଡ଼ା: ଜୁଆ ଆଡ୍ଡା ଉପରେ ପୋଲିସର ବଡ଼ ଧରଣର ଚଢ଼ଉ। ନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ ଜୋଙ୍କ ଥାନା ଅଞ୍ଚଳରେ ଏକ ଜୁଆଆଡ୍ଡା ଉପରେ ଶନିବାର ବିଳମ୍ବିତ ରାତିରେ ଚଢ଼ାଉ ହୋଇଛି। ଏଥିରେ ୮୦ରୁ ଊର୍ଦ୍ଧ୍ୱ ଜୁଆଡ୍ଡୀଙ୍କୁ ଅଟକରଖି ଥିବାବେଳେ ଲକ୍ଷ ଲକ୍ଷ ଟଙ୍କା, ମୋବାଇଲ, ବାଇକ ଜବତ ହୋଇଛି।
ସୂଚନାନୁଯାୟୀ, ଶନିବାର ଖରିଆର ରୋଡ ସହରରେ ମହୋତ୍ସବ ଚାଲିଥିବାବେଳେ ଅନ୍ୟପଟେ ସହର ବାହାରେ ଠେଲକୋବେଡା ଠାରେ ବଡଧରଣର ଜୁଆଆଡ୍ଡା ଉପରେ ସତନ୍ତ୍ର ପୋଲିସ ଟିମ୍‌ ଚଢ଼ଉ କରିଛି। ଖରିଆର ରୋଡ ସହରରେ ହେଉଥିବା ମହୋତ୍ସବରେ ସମସ୍ତେ ବ୍ୟସ୍ତଥିବା ବେଳେ ଏହାର ସୁଯୋଗ ନେଇ ଜୁଆ ଖେଳ ଚାଲିଛି। ମହୋତ୍ସବରେ ଖୋଦ ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଅତିଥି ଭାବରେ ମଞ୍ଚାସିନ ଥିବାବେଳେ ଅନ୍ୟପଟେ ଜଣେ ଡିଆଇଜିଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ଅଧିକାରୀ ଓ ପୋଲିସ କର୍ମଚାରୀ ପହଞ୍ଚି ଚଢ଼ାଉ କରିଥିଲେ। ଜୁଆଡ୍ଡୀମାନେ ସେଠାରୁ ଫେରାର ହେବାକୁ ଉଦ୍ୟମ କରିଥିବା ବେଳେ ପୋଲିସ କାବୁ କରିବାରେ ସଫଳ ହୋଇଛି। ଅନ୍ଧାର ସୁଯୋଗ ନେଇ କେତେ ଜୁଆଡ୍ଡୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି।

ଏସ୍‌ପି ରାଘବେନ୍ଦ୍ରଙ୍କ କହିବା ଅନୁଯାୟୀ ୮୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ପୋଲିସ କାବୁ କରିଛି। ୭୪ଟି ମୋବାଇଲ ଓ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ, ୨୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ଗାଡ଼ି ଜବତ କରାଯାଇଛି। କେତେ ଟଙ୍କାର କାରବାର ଚାଲିଥିଲା ସ୍ପଷ୍ଟ ହୋଇ ନାହିଁ। ଆଡ୍ଡା କିଏ ଚଳାଉ ଥିଲା। ତାହା ମଧ୍ୟ ଅସ୍ପଷ୍ଟ ରହିଛି। ଅଟକ ବ୍ୟକ୍ତି ମାନଙ୍କୁ ଜୋଙ୍କ ଥାନାରେ ରଖି ପଚରା ଉଚରା ଚାଲିଛି।

Leave A Reply

Your email address will not be published.