ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଦସ୍ତାବିଜ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ, ସ୍ଥଗିତ ରହିଲା ଶୁଣାଣି

0

ଭରତପୁର: ଭରତପୁର ଥାନା ଘଟଣାରେ ଦସ୍ତାବିଜ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ। ଯେଉଁ କାରଣରୁ ଆଜି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ହେବାକୁ ଥିବା ଶୁଣାଣି ସ୍ଥଗିତ ରଖାଯାଇଛି। ଯାହା ଆସନ୍ତା ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ତେବେ ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଭରତପୁର ଥାନା ଘଟଣାର ତଦନ୍ତ ସଂକ୍ରାନ୍ତ ଦସ୍ତାବିଜ ଓ ଭିଡ଼ିଓ ଦାଖଲ ଲାଗି ଦିନଧାର୍ଯ୍ୟ ହୋଇଥିଲା। ତଦନ୍ତକାରୀ ସଂସ୍ଥା ଦସ୍ତାବିଜ ଦାଖଲ କରିନପାରିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ପୁନଶ୍ଚ ଆସନ୍ତା ୧୮ ତାରିଖକୁ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ଉକ୍ତ ଦିନ ଉଭୟପକ୍ଷଙ୍କ ଓକିଲ କାହାକୁ ଜେରା କରିବେ ସେମାନଙ୍କ ତାଲିକା ଦେବେ। ଆବଶ୍ୟକ ସ୍ଥଳେ ଜେରା ମଧ୍ୟ କରିବେ ବୋଲି କମିସନଙ୍କ ସଚିବ ଶୁଭେନ୍ଦୁ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ ମାରିବା ସହ ଦୁର୍ବ୍ୟବହାର କରିବାର ଅଭିଯୋଗ ହୋଇଥିଲା। ସେହି ରାତିରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ କାର୍‌ରେ ଘରକୁ ଫେରୁଥିବା ବେଳେ ଚନ୍ଦକା-ପଥରଗାଡ଼ିଆ ରାସ୍ତାରେ କିଛି ଯୁବକଙ୍କ ସହ ତୁତୁମେଁମେଁ ହୋଇଥିଲା। ଏହାକୁ ନେଇ ସେନା ଅଧିକାରୀ ଓ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିବା ବେଳେ ଥାନା ଅଧିକାରୀ ସେମାନଙ୍କ କଥା ନଶୁଣି ଓଲଟା ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଘଟଣାରେ ଥାନା ଅଧିକାରୀଙ୍କ ସମେତ ୫ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ ମୁଖ୍ୟମନ୍ତ୍ରୀ ମାମଲାର ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଥିଲେ।

Leave A Reply

Your email address will not be published.