ପ୍ରମୁଖ ଖବର

ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ, ଏହି ଅଧିବେଶନ ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି, ଏହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା
ଆଉ ହେବନି ଆଳୁ ସଙ୍କଟ, ଖୋଲିବ ୫୮ ଟି ଶୀତଳ ଭଣ୍ଡାର
ଅକ୍ଷୟ ତୃତୀୟାରେ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ; ଘୋଷଣା କଲେ ମମତା
ଏସସିବିରେ ଚାକିରି ଦେବା ଘଟଣାରେ ଆଉ ୨ ଗିରଫ
ଘଟଗାଁ ତାରିଣୀ ପୀଠରେ ଅଗ୍ନିକାଣ୍ଡ,ଜଳିଗଲା ୧୪ ଭୋଗ ଦୋକାନ
ଡିସେମ୍ବର ୩୧ରେ ଛାତ୍ରୀଛାତ୍ରଙ୍କୁ ମିଳିବ ମାଧୋସିଂ ହାତ ଖର୍ଚ୍ଚ

ଖୋଲିବ ୫୮ ଟି ଶୀତଳ ଭଣ୍ଡାର

0

ଭୁବନେଶ୍ବର; ଗୃହରେ ଉଠିଲା ଆଳୁ ପ୍ରସଙ୍ଗ। ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ନହେବାକୁ ସରକାର ବଦ୍ଧପରିକର ବୋଲି ଉପମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ଏହସହ ୫୮ ଟି ସବଡିଭିଜନରେ କୋଲଡ୍ ଷ୍ଟୋରେଜ ହେବା ପାଇଁ ଲକ୍ଷ୍ୟ ରହିଥିବା ନେଇ ସୂଚନା ଦେଇଛନ୍ତି।
ଚଳିତ ରବି ଋତୁରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୧୫ ହଜାର ୨୩ ହେକ୍ଟରରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଆଳୁ ଚାଷ କରିବା ସହ ତାକୁ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି। “ଆଗାମୀ ଦିନରେ ଶୀତଳ ଭଣ୍ଡାରକୁ ଗୁରୁତ୍ଵ ଦିଆଯିବ। ସେହିପରି ବାଲେଶ୍ବର ଜିଲ୍ଲାରେ ୩୦୦ ହେକ୍ଟର ଆଳୁ ବିହନ ଯୋଗାଇ ଦିଆଯାଇଛି। ଶୀତଳ ଭଣ୍ଡାର ଗୁଡିକ ପୁନରୁଦ୍ଧାର କରାଯିବ” ବୋଲି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହିତ ପୂର୍ବ ସରକାରଙ୍କୁ କଡା ଆକ୍ରମଣ କରିଛନ୍ତି କେଭି। କେଭି କହିଛନ୍ତି, ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ ମାରିଛି। ଆଉ ଏବେ ଆଳୁ ସଙ୍କଟ ଦେଖାଦେଇଥିବା ବେଳେ ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ୍‌ କରୁଛି। ତେଣୁ ଓଡ଼ିଶାରେ ଆଳୁ ଉତ୍ପାଦନ କରି ନିର୍ଭରଶୀଳ ନହେବାକୁ ସରକାର ବଦ୍ଧପରିକର। ଏଥିପାଇଁ ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଖର୍ଚ୍ଚ ହୋଇଛି।

ଆଳୁର ଅଭାବୀକୁ ଭରଣା କରିବାକୁ ରାଜ୍ୟରେ ବିକଳ୍ପ ଚାଷୀ ବିବିଧକରଣ କରିବାକୁ ବିଚାର କରାଯିବ। ରାଜ୍ୟରେ ଆଳୁ ଚାଷ ଓ ଉତ୍ପାଦନ ବୃଦ୍ଧି କରାଯିବା ଉପରେ ଗୁରୁତ୍ବ ଦିଆଯିବ। ଏବଂ ପ୍ରତିବର୍ଷ ଯେଉଁ ଆଳୁ ଉତ୍ପାଦନ ହେବ ତାକୁ ମହଜୁଦ ରଖିବାକୁ ରାଜ୍ୟରେ ୫୮ଟି ଶୀତଳ ଭଣ୍ଡାର ଖୋଲିବାକୁ ମଧ୍ୟ ଯୋଜନା କରାଯାଉଛି, ଯାହା ଉଭୟ ବିଦ୍ୟୁତ ଓ ସୌର ଶକ୍ତିରେ ଚାଲିବ। ଗୃହରେ ଉଭୟ ବିଧାୟକ ଅଶ୍ବିନୀ ପାତ୍ର ଓ ଗଣେଶ୍ବର ବେହେରାଙ୍କ ଉତ୍ତର ଦେବାକୁ ଯାଇ କନକ ବର୍ଦ୍ଧନ ସିଂଦେଓ ଏହି ଉତ୍ତର ରଖିଛନ୍ତି।

Leave A Reply

Your email address will not be published.