ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି

ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ଭାବେ କୋରାପୁଟ ପୁରସ୍କୃତ

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର – ୨୦୨୪ ପ୍ରଦାନ କରିଛନ୍ତି। ଏଥିରେ ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି। ବୁଧବାର ଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି।

କୋରାପୁଟ ଜିଲା ପରିଷଦ ସଭାପତି ସସ୍ମିତା ମେଲେକା, ଜିଲାପାଳ ଭି.କୀର୍ତ୍ତି ଭାସନ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ବାବଦରେ କୋରାପୁଟ ଜିଲା ୩ କୋଟି ଟଙ୍କାର ପୁରସ୍କାର ରାଶି ପାଇଛି। ଜାତୀୟସ୍ତରରେ ଦ୍ବିତୀୟ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଥିବାରୁ ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କୋରାପୁଟ ଜିଲା ତଥା ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଜିଲାପରିଷଦ ସଭାପତି ସସ୍ମିତା ମେଲେକା କହିଛନ୍ତି। ଏହି ପୁରସ୍କାର ଜିଲାର ସମସ୍ତ ପଞ୍ଚାୟତ ପାଇଁ ଉତ୍ସର୍ଗୀକୃତ ଏବଂ ଏହି ସଫଳତା ପାଇଁ ଜିଲାର ସମସ୍ତ ପଞ୍ଚାୟତିରାଜ ଜନପ୍ରତିନିଧିଙ୍କ ଭୂମିକା ପ୍ରଶଂସୀୟ ବୋଲି ଜିଲାପାଳ କହିଛନ୍ତି।

Leave A Reply

Your email address will not be published.