ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଦେଶରେ ଶ୍ରେଷ୍ଠ ବ୍ଲକ ଭାବେ ଛତ୍ରପୁର ପୁରସ୍କୃତ

0

ନୂଆଦିଲ୍ଲୀ: କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଦେଶରେ ଶ୍ରେଷ୍ଠ ବ୍ଲକ ଭାବେ ପୁରସ୍କୃତ ହୋଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାଶ ଏହି ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଥିଲେ।

ସେହିପରି ୭ଟି ବର୍ଗରେ ଓଡ଼ିଶାକୁ ଜାତୀୟ ପୁରସ୍କାର ମିଳୁଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମର ତିନୋଟି ରହିଛି। ଦେଶର ଶ୍ରେଷ୍ଠ ବ୍ଲକ ଛତ୍ରପୁର ବିବେଚିତ ହେବା ସହ ୨କୋଟି ଟଙ୍କା ଅର୍ଥ ରାଶି ପାଇବ। ସେହିପରି ରଙ୍ଗେଇଲୁଣ୍ଡା ବ୍ଲକର କେଳୁଆପଲ୍ଲୀ ପଞ୍ଚାୟତ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟୟ ପଞ୍ଚାୟତ ଦ୍ୱିତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛି। ଉକ୍ତ ପଞ୍ଚାୟତକୁ ୭୫ ଲକ୍ଷ ମିଳିବ।

ସେହିପରି ଆତ୍ମ ନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ ବ୍ଲକର ସାହାପୁର ପଞ୍ଚାୟତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଉକ୍ତ ପଞ୍ଚାୟତକୁ ମଧ୍ୟ ୭୫ ଲକ୍ଷ ମିଳିବ। ପୁରସ୍କାର ପ୍ରଦାନ ସମାରୋହରେ ଗଞ୍ଜାମ ଜିଲାପାଳ, ଛତ୍ରପୁର ବ୍ଲକ ଅଧ୍ୟକ୍ଷାଙ୍କ ସହିତ ଗଞ୍ଜାମ ଜିଲାପରିଷଦର ପ୍ରୋଗ୍ରାମ ମ୍ୟାନେଜର (ଟ୍ରେନିଂ )ବାଣୀ ସୁକାନ୍ତବେର୍ତ୍ତା ପଟ୍ଟନାୟକ, ଚମାଖଣ୍ଡି ସରପଞ୍ଚ ସିଏଚ୍‌. ମନୋଜ ରେଡ୍ଡୀ ଓ ପିଇଓ ଦଣ୍ଡପାଣି ପ୍ରଧାନଙ୍କ ଅନ୍ୟାନ୍ୟ ସରପଞ୍ଚମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.