ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଓଡିଶାରେ ୨୭ଟି ଉତ୍ପାଦକୁ ମିଳିଛି ଜିଆଇ ମାନ୍ୟତା

0

ଭୁବନେଶ୍ବର: ଓଡିଶାରେ ୨୭ଟି ଉତ୍ପାଦ ଓ ସାମଗ୍ରୀକୁ ମିଳିଛି ଜିଆଇ ମାନ୍ୟତା। ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗଳିକ ସୂଚକାଙ୍କ ମାନ୍ୟତା ମିଳିଛି ଏନେଇ ବୁଧବାର ପ୍ରଶ୍ନ କରିଛନ୍ତି ତାରା ପ୍ରସାଦ ବାହିନୀପତି। ତାଙ୍କ ପ୍ରଶ୍ନରେ ଜବାବ ରଖି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟେଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ତାଲିକାରେ ୨୭ଟି ସାମଗ୍ରୀ ଅଥବା ଉତ୍ପାଦ ସାମିଲ ରହିଛି। ରାଜ୍ୟରେ ସର୍ବାଧିକ ହସ୍ତଶିଳ୍ପ ବର୍ଗରେ ୧୬ଟି ଉତ୍ପାଦ ଓ ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିଥିବା ୭ କୃଷି କ୍ଷେତ୍ରରେ ଏବଂ ୪ଟି ଖାଦ୍ୟ ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଛି।
ସେହିପରି ପଟ୍ଟଚିତ୍ର ପାଇଁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଜିଆଇ ମାନ୍ୟତା ମିଳିଥିବାବେଳେ ଓଡ଼ିଶା ରସଗୋଲା ପାଇଁ ଖୋର୍ଦ୍ଧା ଜିଲାକୁ ମାନ୍ୟତା ମିଳିଛି । କନ୍ଧମାଳ ହଳଦୀ ପାଇଁ କନ୍ଧମାଳ ଜିଲାକୁ ମାନ୍ୟତା ମିଳିଛି। ସେହିଭଳି ଓଡ଼ିଶା ଖଜୁରୀ ଗୁଡ ପାଇଁ ଗଜପତି ଓ ଖୋର୍ଦ୍ଧା ଜିଲାକୁ ମାନ୍ୟତା ମିଳିଛି ବୋଲି ତଥ୍ୟ ପ୍ରଦାନ କରିଛନ୍ତି ମନ୍ତ୍ରୀ।

ତେବେ ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗଳିକ ସୂଚକାଙ୍କ ମାନ୍ୟତା ମିଳିଛି ବୋଲି ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି।

Leave A Reply

Your email address will not be published.