ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଜଳିଗଲା ମୋ ବସ୍

0

କଟକ: କଟକ ମଧୁପାଟଣା ଛକ ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଏକ ମୋ ବସରେ ନିଆଁ ଲାଗି ଯାଇଛି। ତେବେ ନିଆଁ ଲାଗିବାର କାରଣ ଜଣାପଡି ନ ଥିବା ବେଳେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।

ଏହି ବସ୍‌ଟି ଡିଜେଲ୍‌ ଚାଳିତ ବସ୍‌ ବୋଲି ଜଣାପଡ଼ିଛି। ବସ୍‌ରେ ନିଆଁ ଲାଗୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଆଉ କାଳବିଳମ୍ୱ ନକରି ତରବରିଆ ଭାବେ ଜୀବନକୁ ବାଜି ଲଗାଇ ବସ୍‌ରୁ ବାହାରି ଆସିଥିଲେ। ଶେଷ ଖବର ସୁଦ୍ଧା ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ନିଆଁ ଲିଭି ପାରିନାହିଁ। ସଟ୍‌ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.