ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଆସନ୍ତାକାଲି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

0

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦିବା ପହୁଡ଼ ନୀତି ପାଇଁ ଆସନ୍ତାକାଲି ଅର୍ଥାତ୍ ବୁଧବାର ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ଅଧୀକ୍ଷକ ଡିବି ଗଡ଼ନାୟକ।

ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ରତ୍ନଭଣ୍ଡାରର ମରାମତି କାମ। ଏଏସଆଇ ଟିମ୍ ସହ ପ୍ରଥମ ଦିନରେ ୧୫ରୁ ୨୦ ଜଣ ଶ୍ରମିକ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ। ମରାମତି ପାଇଁ ପ୍ରାୟ ୨୦ ଫୁଟ୍ ଉଚ୍ଚର ଲୁହାର ଭାର ବନ୍ଧା ଯାଇଛି। ଭାର ବ୍ୟବହାର କରି କାନ୍ଥ, ଛାତ ଓ ବିଭିନ୍ନ ଫାଟ ମରାମତି କରାଯିବ।

ପ୍ରାଥମିକ ଭାବେ ଚୂନ ପ୍ଲାଷ୍ଟର ହଟାଇ ଫାଟ ଥିବା ପଥର ରିପ୍ଲେସ ହେବ। ଏହାପରେ ନୀଳଗିରିରୁ ଆସୁଥିବା ଉନ୍ନତମାନର ପଥରରେ ମରାମତି କରାଯିବ। ଏବେ ଠାକୁରଙ୍କ ପହିଲି ଭୋଗ ନୀତି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୋଗ ମଣ୍ଡପ ଉଠିବା ପରେ ଦୈନିକ ୫ରୁ ୬ ଘଣ୍ଟା ଯାଏଁ ମରାମିତି କାର୍ଯ୍ୟ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ଏଏସଆଇ।

କାନ୍ଥରେ ଫାଟ ଓ ଚଟାଣର ଦୀର୍ଘସ୍ଥାୟୀ ମରାମତିକୁ ଏଏସଆଇ ଗୁରୁତ୍ୱ ଦେଉଛି। ଅନ୍ୟପକ୍ଷରେ ୩ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମରାମତି ବେଳେ ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତ ଦ୍ୱନ୍ଦ୍ୱରେ ଥିବାବେଳେ ଏହି ସମୟରେ ବାହାର କାଠ ପାଖରୁ ଦର୍ଶନ ଚାଲିବ ବୋଲି ନୀତି ପ୍ରଶାସକ ସ୍ପଷ୍ଟ କରିଛନ୍ତି। ତେବେ ଆସନ୍ତାକାଲି ଦିବାପହୁଡ଼ ନୀତି ପାଇଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ।

Leave A Reply

Your email address will not be published.