ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି

0

ସମ୍ବଲପୁର: ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ଇଡି ରେଡ ହୋଇଛି। ସମ୍ବଲପୁର ଓ ଦିଲ୍ଲୀରେ ଇଡି ଚଢାଉ କରିଛି। ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ରେଡ୍ କରାଯାଇଛି। ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାଯାଇଛି। ବିଶ୍ୱ ଏନଜିଓର ଫାଉଣ୍ଡର ହେଉଛନ୍ତି ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ।

ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ଦିଲ୍ଲୀରେ ମଧ୍ୟ ଇଡି ପକ୍ଷରୁ ଚଢାଉ ଚାଲିଥିବା ଜଣାଯାଇଛି। ମୃତ କ୍ଷୀରୋଦ ମଲ୍ଲିକ ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ। ହେଲେ ତାର ପରିଷଦ କରିନଥିଲେ। ଏଥିସହ ବିଶ୍ୱ ଏନଜିଓ ୨୩୧ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି ଠକେଇ ଟଙ୍କା ଚଳିତ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ସୂଚନା ମିଳିଛି। ଏହି ତଥ୍ୟ ମିଳିବା ପରେ ଆଜି ଇଡି ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

Leave A Reply

Your email address will not be published.