ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡିରେ ଜଗା ଦର୍ଶନ କରିବେ ଭକ୍ତ

0

ପୁରୀ: ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା। ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା। ସରିଲାଣି ପ୍ରାୟ ସମସ୍ତ ପ୍ରସ୍ତୁତି। ନୂଆବର୍ଷ ପହିଲାରୁ ଧାଡିରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ। ଆସନ୍ତା ୨୮ ତାରିଖ ଭିତରେ ସମସ୍ତ ପରିବର୍ତ୍ତନ ବ୍ୟବସ୍ଥା ସରିବା ବେଳେ ଏହାପରେ ଟ୍ରାଏଲ ଧାଡି ଦର୍ଶନ ହେବ। ପରେ ଜାନୁଆରୀ ୧ରୁ ଆରମ୍ଭ ହେବ ଧାଡି ଦର୍ଶନ। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଏନେଇ ମନ୍ତ୍ରୀ କହିଛନ୍ତି, ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ବ୍ୟବସ୍ଥା ଆରମ୍ଭ ହେବା ନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହେବ। ପରୀକ୍ଷାମୂଳକ ଭାବେ ଡିସେମ୍ବର ୩୦ ଏବଂ ୩୧ ତାରିଖରେ ଧାଡି ଦର୍ଶନ କରାଯିବ। ଏହାପରେ ଜାନୁଆରୀ ୧ ତାରିଖ ଅର୍ଥାତ୍ ନୂଆବର୍ଷ ଠାରୁ ଧାଡି ଦର୍ଶନ ଆରମ୍ଭ ହେବ। ଭକ୍ତମାନେ ସାତ ପାହାଚ ଦ୍ଵାର ଦେଇ ପ୍ରବେଶ କରିବାକୁ ଥିବାବେଳେ ଘଣ୍ଟି ଏବଂ ଗାରଦ ଦ୍ଵାରରେ ପ୍ରସ୍ଥାନ କରିବେ। ଘଣ୍ଟି ଦ୍ଵାରରେ ମହିଳା ଏବଂ ବରିଷ୍ଠ ନାଗରିକମାନେ ପ୍ରସ୍ଥାନ କରିବେ ଏବଂ ଗାରଦ ଦ୍ଵାରରେ ପୁରୁଷମାନେ ଜଗା ଦର୍ଶନ କରିବେ।

Leave A Reply

Your email address will not be published.