ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଗିରଫ ହେଲେ ବୋରିଗୁମ୍ମା ଏଆରଆଇ

0

ବୋରିଗୁମ୍ମା: ଗିରଫ ହେଲେ ବୋରିଗୁମ୍ମା ତହସିଲ ଏଆରଆଇ ସୁରେନ୍ଦ୍ର କୁମାର ତନ୍ତି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା ଅଭିଯୋଗରେ ସୁରେନ୍ଦ୍ର କୁମାର ତନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତ ଗୁରୁବାର ସକାଳୁ ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲା। ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଶେଷରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଚଢ଼ାଉ ବେଳେ ୧୭ ପ୍ଲଟ୍‌ ସହ ଗୋଟିଏ ୩ ତାଲା ବିଲ୍ଡିଂ୮୪ ଲକ୍ଷ ଡିପୋଜିଟ୍ ଓ ୧୫୦ ଗ୍ରାମ ସୁନା ଭିଜିଲାନ୍ସ ଜବତ କରିଥିଲା।

ଗତ ଗୁରୁବାର ରେନ୍ଦ୍ର ତନ୍ତୀଙ୍କର ବୋରିଗୁମାରେ ଅବସ୍ଥିତ ଆବାସିକ ଦୁଇ ମହଲା କୋଠା, ବୋରିଗୁମା ଠାରେ ତାଙ୍କ ଝିଅଙ୍କର ଆବାସିକ ଭଡ଼ା ଘର, ରଣସପୁରରେ ତାଙ୍କ ପୈତୃକ ଘର, ଗ୍ରାମ ହୋସ୍, ପି-ବୋରିଗୁମା, ଡିଷ୍ଟ-କୋରାପୁଟ , କୁମୁଟାରେ ଥିବା ସଂପର୍କୀୟଙ୍କ ଘର, ବୋରିଗୁମା ଠାରେ ତାଙ୍କ ସମ୍ପର୍କୀୟଙ୍କର ଦୁଇଟି ମହଲା କୋଠା, ବୋରିଗୁମା ଠାରେ ଦୁଇଟି ମହଲା ବଜାର କମ୍ପ୍ଲେକ୍ସ, ବୋରିଗୁମା ଠାରେ ତାଙ୍କର କୋଠା ଓ ବୋରିଗୁମାର କୁମୁଲି ଠାରେ ଶ୍ରୀ ତନ୍ତୀଙ୍କ ଅଫିସ୍ ଚାମ୍ବର ଆଦି ସ୍ଥାନଗୁଡ଼ିକରେ ଚଢ଼ାଉ କରାଯାଇଥିଲା। ଚଢ଼ଉ ବେଳେ ସୁରେନ୍ଦ୍ରଙ୍କ ଘରୁ ୧୫୦ ଗ୍ରାମର ସୁନା ଗହଣା, ୩ଟି କାର, ଗୋଟିଏ ବାଇକ୍, ବିଭିନ୍ନ ବ୍ୟାଙ୍କରେ ଜମା ଏବଂ ନଗଦ ୧ ଲକ୍ଷ ୫୫ ହଜାର ଟଙ୍କା, ୧୭ଟି ପ୍ଲଟ ଏବଂ ଏକ ୩ ତଳ ବିଶିଷ୍ଟ କୋଠା ଠାବ କରିଥିଲା ଭିଜିଲାନ୍ସ।

ସେପଟେ କିନ୍ତୁ ଗୋଟିଏ ପଟେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ବେଳେ ଅନ୍ୟ ପଟେ ଡିପୋଜିଟ୍ ଟଙ୍କା ଫେରି ପାଇବାକୁ ଘର ଆଗରେ ଧାରଣା ଦେଇଥିଲେ ଜମାକାରୀ। ସ୍ୱାମୀ ସୁରେନ୍ଦ୍ର ତନ୍ତୀ ଭିଜିଲାନ୍ସ ହାତରେ ପଡ଼ିଥିବା ବେଳେ ସ୍ତ୍ରୀଙ୍କୁ ଘେରିଥିଲେ ଜମାକାରୀ। ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଗ୍ରାମବାସୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଛନ୍ତି ସୁରେନ୍ଦ୍ରଙ୍କ ପତ୍ନୀ। କିନ୍ତୁ ଟଙ୍କା ଫେରସ୍ତ ବେଳକୁ ଧରା ଛୁଆଁ ଦେଉନାହାନ୍ତି। ତେଣୁ ତାଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଥିବା ଜାଣି ଧାରଣା ଦେଇଥିଲେ ଜମାକାରୀ।

Leave A Reply

Your email address will not be published.