ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର

0

ଜମ୍ମୁ କଶ୍ମୀର: ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର। ଶୁକ୍ରବାର ରାତି ୯.୦୬ରେ କଶ୍ମୀରର ବାରାମୂଳାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଆକଳନ କରାଯାଇଛି। ଏଯାବତ ଭୂକମ୍ପକୁ ନେଇ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ଅପରପକ୍ଷେ ଘାଟିରେ ପ୍ରବଳ ତୂଷାରପାତ ହେଉଛି। କୁଲଗାମର ରାସ୍ତା ବରଫରେ ଆଚ୍ଛାଦିତ ହୋଇଛି। ଜାତୀୟ ରାଜପଥ ୪୪ ଉପରୁ ବରଫକୁ ହଟାଇବାର କାମ ଚାଲିଛି। କଶ୍ମୀର ସହ ଜମ୍ମୁ ଅଞ୍ଚଳରେ ମଧ୍ୟ ତୁଷାରପାତ ହେଉଛି।

କହିରଖୁଛୁ ଯେ, ବର୍ତ୍ତମାନ ସମଗ୍ର କଶ୍ମୀରରେ ଶୀତ ଲହର ଚାଲିଛି। ତାପମାତ୍ରା ହ୍ରାସ ଯୋଗୁ ପାଇପଲାଇନ୍‌ରେ ପାଣି ଜମି ଯାଇଛି। ଡାଲ ହ୍ରଦ ସମେତ ଅନେକ ଜଳଭଣ୍ଡାରର ପାଣି ଜମିଛି। ଗୁରୁବାର ରାତିରେ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ରାତିରେ -୭.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଏହାପୂର୍ବରୁ ବୁଧବାର ରାତିରେ ତାପମାତ୍ରା ୦ରୁ ୭ ଡିଗ୍ରୀ ସେଲସିୟସ ତଳେ ରହିଥିଲା।

Leave A Reply

Your email address will not be published.