ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାସ୍ତାକଡ଼ରେ ପଡ଼ିଛି ବହୁ ମୂଲ୍ୟବାନ ଔଷଧ,ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ଜାରି

0

ଗଞ୍ଜାମ: ବିନା ଖର୍ଚ୍ଚରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣା ଔଷଧ ମଧ୍ୟ ଯୋଗାଇଦେଉଛନ୍ତି ସରକାର । ହେଲେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରୁ।

ବିଜୟ ଆଦିକନ୍ଦପୁର ତେଲିଆପଲ୍ଲୀ ଗ୍ରାମ ନିକଟ ରାସ୍ତା ନିକଟରେ ପଡି ରହିଛି ଗଦା ଗଦା ମେଡିସିନ। ସେଥିମଧ୍ୟରେ ଟାବଲେଟଠୁ ଆରମ୍ଭ କରି ସିରପ ପର୍ଯ୍ୟନ୍ତ ସବୁକିଛି ରହିଛି। ଯାହାର ମୂଲ୍ୟ ବହୁ ପରିମାଣ ହେବ। ଏହାକୁ ନେଇ ସ୍ଥାନୀୟ ଲୋକେ ଖବର ଦେବା ପରେ ଘଟଣାସ୍ଥଳରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ସେସବୁକୁ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି।

ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ବିଜୟ ଆଦିକନ୍ଦପୁର – ତେଲିଆପଲ୍ଲୀ ଗ୍ରାମ ନିକଟ ରାସ୍ତାକଡରେ ପଡ଼ିଥିବା ବହୁସଂଖ୍ୟକ ମୂଲ୍ୟବାନ ଔଷଧ ପଡ଼ିଥିବା ଦେଖି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ବାସ୍ଥ୍ୟ ବିଭାଗର ସତନ୍ତ୍ର ଟିମ ଶନିବାର ଘଟଣାସ୍ଥଳରେ ପହଞ୍ଚି ସେ ସବୁକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ଘଟଣା ପ୍ରଘଟ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସିଙ୍ଗପୁର ପଞ୍ଚାୟତ ସରପଞ୍ଚ ପ୍ରତିମା ମହାପାତ୍ର ଘଟଣାକୁ ତୀବ୍ର ନିନ୍ଦା କରିବାସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଔଷଧ ପ୍ୟାକେଟ ଓ ଶିଶି ପଡ଼ିଥିବା ନିକଟରେ ଡେଙ୍ଗାଓସ୍ତା ଗ୍ରାମର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥିବାରୁ ଏସବୁ ଔଷଧ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ବୋଲି ସନ୍ଦେହ କରାଯାଉଛି।

ବହୁ ମେଡିସିନର ଏକ୍ସପାରୀ ଡେଟ୍ ସରି ଯାଇଥିବା ବେଳେ ଆଉ କେତେକ ମେଡିସିନର ଏକ୍ସପାରୀ ଡେଟ୍ ବି ସରିନିଥିବା କୁହାଯାଉଛି। କିନ୍ତୁ ଲୋକେ ଏସବୁକୁ ଖାଇବା ବଦଳରେ ତାହାକୁ କିଏ ଓ କାହିଁକି ରାସ୍ତା କଡରେ ଫୋପାଡି ଦେଇଛି ତାହା ତଦନ୍ତ ପରେ ଯାଇ ସ୍ପଷ୍ଟ ହେବ। ରାଜ୍ୟ ଓ କେନ୍ଦ୍ର ସରକାର ଜାତୀୟ ସ୍ବାସ୍ଥ୍ୟ ମିଶନ ଜରିଆରେ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରୁଥିବା ବେଳେ ତାହା ରୋଗୀଙ୍କୁ ଦିଆନଯାଇ ସେଗୁଡିକୁ କିଛି ସ୍ବାସ୍ଥ୍ୟ କର୍ମଚାରୀ ବାହାରେ ଫୋପାଡି ଦେଉଥିବା ନେଇ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଏନେଇ ଆଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡ଼. ବାହାନ ଦାସଙ୍କୁ ପଚାରିବାରେ ସେ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାସହ ରାସ୍ତାକଡ଼ରେ ପଡ଼ିଥିବା ଔଷଧ ଗୁଡ଼ିକୁ ସଂଗ୍ରହ କରିଛନ୍ତି। ସେଥିରେ ବହୁ ପରିମାଣର କ୍ୟାଲସିୟମ ଏବଂ ଆଇରନ ଔଷଧ ରହିଛି।

Leave A Reply

Your email address will not be published.