ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ନିଷ୍ପତ୍ତି: ଭିଜିଲାନ୍ସରେ ୪୮ନୂଆ ପଦବୀ, ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧି
୩ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମ୍‌ପତି
ନୂଆବର୍ଷରେ ଜନସମୁଦ୍ର ଶ୍ରୀକ୍ଷେତ୍ର, ବ୍ୟାରିକେଡ୍‌ ଭାଙ୍ଗିଲେଭକ୍ତ
ନୂଆବର୍ଷରେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୩ ଆଇପିଏସ୍‌ ଅଧିକାରୀ
୧୯୯୩ ବ୍ୟାଚ୍‌ର ୩ ଆଇପିଏସ୍‌ ବିନୟତୋଷ ମିଶ୍ର, ଆର୍‌ପି କୋଚେ ଏବଂ କେନ୍ଦ୍ରୀୟ ଡେପୁଟେଶନରେ ଥିବା ସୁଶାନ୍ତ ନାଥ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଝଲସିବ ହୀରାକୁଦ, ସାତକୋଶିଆ ଓ ବୌଦ୍ଧ ସର୍କିଟ
ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ଫସଲ ବୀମା ସହାୟତା ରାଶି ବଢାଇଲେ ମୋଦି ସରକାର
ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ପହଞ୍ଚିଲା ବାଘୁଣୀ ‘ଜିନ୍ନତ’

ଦକ୍ଷିଣ କୋରିଆରେ ବିମାନ ଦୁର୍ଘଟଣା: ଜଳିଗଲେ ୧୭୯ ଯାତ୍ରୀ

0

ଦକ୍ଷିଣ କୋରିଆ: ଦକ୍ଷିଣ କୋରିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ କୋରିଆର ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନ ରନୱେରୁ ଖସିଯାଇଥିଲା। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ଜେଜୁ ଏୟାରଲାଇନ୍ସର ଏକ ବିମାନ ରନଓ୍ୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଏହି ବିମାନ ଥାଇଲ୍ୟାଣ୍ଡରୁ ଫେରୁଥିଲା। ବିମାନଟି ଦକ୍ଷିଣ କୋରିଆର ମୁଆନ ବିମାନବନ୍ଦରରେ ଅବତରଣ କରିଥିଲା। ଏହି ସମୟରେ ସେ ରନୱେରେ ଖସିଯାଇ ଏକ କାନ୍ଥକୁ ଧକ୍କା ଦେଇଥିଲା। ଏହି କାରଣରୁ ବିମାନଟିରେ ତତକ୍ଷଣାତ୍‌ ନିଆଁ ଲାଗିଯାଇଥିଲା। ଏହି ବିମାନରେ ୧୭୩ କୋରିଆ, ଦୁଇ ଜଣ ଥାଇ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥାଇଲ୍ୟାଣ୍ଡରୁ ଭୋର ୧ଟା ୩୦ରେ ବିମାନ ବନ୍ଦରରେ ଅବତରଣ କରିବାର ଯୋଜନା ଥିଲା।

ସୂଚନାନୁସାରେ, ବିମାନଟି ପ୍ରଥମେ ଅବତରଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଅବତରଣ କରିପାରି ନଥିଲା। ଏହା ପରେ ବିମାନବନ୍ଦରକୁ ଘେରି ପୁଣି ଅବତରଣ କରିବାକୁ ଚେଷ୍ଟା କଲା, କିନ୍ତୁ ରନୱେରେ ସ୍କିଡ କଲା। ଏହା ପରେ ବିମାନଟି ରନୱେ ଶେଷରେ କାନ୍ଥକୁ ଧକ୍କା ଦେଇ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାର ୪୩ ମିନିଟ ପରେ ନିଆଁ ଲିଭାଯାଇଥିଲା। ‘କେବିଏସ ୱାଲର୍‌ଡ’ ଅନୁଯାୟୀ, କୋରିଆ ଏୟାରପୋର୍ଟ କର୍ପୋରେଶନ ଏବଂ ଦକ୍ଷିଣ ଜୋଲା ଷ୍ଟେଟ ଫାୟାର ବ୍ରିଗେଡ ଅଧିକାରୀ କହିଛନ୍ତି ଯେ ଥାଇଲ୍ୟାଣ୍ଡରୁ ୧୭୫ଜଣ ଯାତ୍ରୀ ଏବଂ ୬ଜଣ ବିମାନ କର୍ମଚାରୀଙ୍କ ସହ ଆସୁଥିବା ଜାଜୁ ଏୟାର ବିମାନ ରବିବାର ସକାଳ ୯ଟା ସମୟରେ ବିମାନବନ୍ଦରରେ ଅବତରଣ କରିଥିଲା। ତା’ପରେ ଏହି ଦୁର୍ଘଟଣା ଘଟିଲା।

ୟୋନହାପ ନ୍ୟୁଜ ଏଜେନ୍ସି ଅନୁଯାୟୀ, ଜାଜୁ ଏୟାରଲାଇନ୍ସର ୨୨୧୬ ବିମାନ ଥାଇଲ୍ୟାଣ୍ଡରୁ ଫେରୁଥିଲା। ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ଯାତ୍ରୀମାନଙ୍କୁ ବିମାନର ପଛ ପଟରୁ ବାହାରକୁ ନିଆଯାଉଛି। ବିମାନରେ ସମୁଦାୟ ୧୮୧ଜଣ ଥିଲେ। ସେଥିମଧ୍ୟରୁ ୧୭୫ ଜଣ ଯାତ୍ରୀ ଏବଂ ୬ ଜଣ ବିମାନର କ୍ରୁ ସଦସ୍ୟ ଥିଲେ। ଦୁର୍ଘଟଣାସ୍ଥଳରୁ କଳା ଧୂଆଁ ବାହାରୁଥିବା ଦେଖାଯାଉଛି। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହି ଦୁର୍ଘଟଣା ବୋଧହୁଏ ପକ୍ଷୀ ଧକ୍କା ହେତୁ ଘଟିଥଲା, ଅବତରଣ ସମୟରେ ଗିଅରରେ ଯାନ୍ତ୍ରିକ ତ୍ରୁଟି ରହିଥିଲା। ଜାତୀୟ ଅଗ୍ନିଶମ ଏଜେନ୍ସି କହିଛି ଯେ ଦୁର୍ଘଟଣା ପରେ ଘଟିଥିବା ନିଆଁ ପ୍ରାୟ ଲିଭିଯାଇଛି। ଖବର ଲେଖିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିମାନରୁ ଜୀବନ୍ତ ସ୍ଥାନାନ୍ତର ହୋଇଥିବା ଦୁଇ ଜଣ ହେଉଛନ୍ତି ଜଣେ ଯାତ୍ରୀ ଏବଂ ଜଣେ କ୍ରୁ ସଦସ୍ୟ।

Leave A Reply

Your email address will not be published.