ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଏମକେସିଜିର ବରିଷ୍ଠ ଡାକ୍ତର ବହିଷ୍କୃତ

0

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପିଜି ଡାକ୍ତରଙ୍କୁ କିଛି ବରିଷ୍ଠ ଡାକ୍ତର ମାଡ ମାରିବା ଏବଂ ଶିଶୁ ବିଭାଗ ମୁଖ୍ୟଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆକ୍ରମଣରେ ସଂପୃକ୍ତ ଥିବା ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ୩ ଜଣ ସିନିୟର୍‌ ରେସିଡେଣ୍ଟଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ଜଣେ ପିଜି ଡାକ୍ତରଙ୍କୁ ୬ ମାସ ପାଇଁ ହଷ୍ଟେଲ ମନା ହୋଇଛି। ଚାକିରିରୁ ବହିଷ୍କୃତ ହୋଇଥିବା ଡାକ୍ତର ହେଲେ ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ା. ପୁରୁଷୋତ୍ତମ ସ୍ବାଇଁ, ଏସ୍‌ଆର ଡ଼ା ଆର୍ଯ୍ୟାନ କୁମାର ମହାନ୍ତି ଓ ଡ଼ା ଚିନ୍ମୟ ପ୍ରଧାନ ଏବଂ ଶଲ୍ୟ ଚିକିତ୍ସା ବିଭାଗର ଏସ୍‌ଆର ଡ଼ା ଯଶୋବନ୍ତ ବିରା। ସେହିପରି ଅସ୍ଥିଶଲ୍ୟ ବିଭାଗ ଦ୍ୱିତୀୟ ବର୍ଷ ପିଜି ଡା ପ୍ରୀୟଜିତ ସାହୁଙ୍କୁ ୬ ମାସ ହଷ୍ଟେଲ ବାରଣ କରାଯାଇଛି।

ସୂଚନାଥାଉକି, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶିଶୁ ବିଭାଗର ପିଜି ଡାକ୍ତର ଭି. ରଜନୀକାନ୍ତଙ୍କୁ ଗତ ୨୧ ତାରିଖରେ ପିଜି ହଷ୍ଟେଲ-୩ କୁ ଡାକି ଉପରୋକ୍ତ ଡାକ୍ତରମାନେ ମାଡ଼ ମାରିଥିଲେ। ଏପରିକି ଶିଶୁ ବିଭାଗ ମୁଖ୍ୟ ତଥା ମେଡ଼ିକାଲ କଲେଜ ଉପାଧ୍ୟକ୍ଷ ବୁଝାସୁଝା କରିବାକୁ ଯାଇଥିବା ବେଳେ ଉପରୋକ୍ତ ଡାକ୍ତରମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଘଟଣାକୁ ନେଇ କଲେଜ ଏକାଡେମୀକ୍‌ କାଉନସିଲ ବୈଠକ ବସିବା ସହ ସମସ୍ତ ଡାକ୍ତରଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.