ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଓଡ଼ିଶାରେ ନୂଆ ରାଜ୍ୟପାଳ

0

ରାଜଭବନ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍‌ ଅନର
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଉପସ୍ଥିତ ରହି ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ପରେ ରାଜଭବନ ପକ୍ଷରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

୩ ତାରିଖରେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ରହିଛି। ମିଜୋରାମର ପୂର୍ବତନ ରାଜ୍ୟପାଳ ହରିବାବୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। ହରିବାବୁ ୨୦୨୧ ଜୁଲାଇ ୧୯ରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ।

ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟପାଳ ଥିବା ରଘୁବର ଦାସଙ୍କୁ ନିକଟରେ ହଟାଇ ଦିଆଯାଇଛି। ରଘୁବରଙ୍କୁ ଏପରି ହଠାତ୍‌ କାହିଁକି ରାଜ୍ୟପାଳ ପଦରୁ ହଟାଇ ଦିଆଗଲା ସେନେଇ କେହି ଆଉ ମୁହଁ ଖୋଲିନାହାନ୍ତି। ରଘୁବର ରାଜନୀତି ପ୍ରତି ରୁଚି ରଖୁଥିବା କାରଣରୁ ତାଙ୍କୁ କେନ୍ଦ୍ରରେ କିଛି ବଡ଼ ଦାୟିତ୍ୱ ମିଳିପାରେ ବୋଲି ଭାଜପା ନେତାମାନଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା।

Leave A Reply

Your email address will not be published.