ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ଭୁବନେଶ୍ୱରରୁ ନକଲି ସିମେଣ୍ଟ ଠାବ

0

ଭୁବନେଶ୍ୱର: ରାଜଧାନୀରେ ବିକ୍ରି ହେଉଛି ଡୁପ୍ଲିକେଟ୍‌ ସିମେଣ୍ଟ। ଭୁବନେଶ୍ୱରରୁ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ନାମୀଦାମୀ କମ୍ପାନୀର ପ୍ୟାକେଟକୁ ବ୍ୟବହାର କରି ଏହି କାରବାର ଚାଲିଛି। ଭୁବନେଶ୍ୱର ତଥା ଭୁବନେଶ୍ୱର ବାହାରକୁ ଏହା ଚାଲାଣ ହେଉଥିବା ଜଣାପଡିଛି। ଖବର ପାଇବା ପରେ ନକଲି ସିମେଣ୍ଟ କାରଖାନାରେ ରେଡ କରିଥିଲା ବଡଗଡ଼ ଥାନା ପୋଲିସ। ଏଥିସହ ସିମେଣ୍ଟ ତିଆରି ସରଞ୍ଜାମ ଜବତ କରିଥିଲା।
ଭୁବନେଶ୍ୱର ଟଙ୍କପାଣି ରୋଡ଼ରେ ଥିବା ମା କନକ ଦୁର୍ଗା ସିମେଣ୍ଟ ଷ୍ଟୋର ଉପରେ ଚଢାଉ ବେଳେ ମିଳିଥିଲା ପାଖାପାଖି ୫୦୦ ବସ୍ତା ସିମେଣ୍ଟ। ଏହି ନକଲି ସିମେଣ୍ଟରେ ପାଉଁଶ ଏବଂ ବାଲି ମିଶୁଥିଲା । ବ୍ୟବହାର ଯୋଗ୍ୟ ନଥିବା ବା ମେଣ୍ଡା ହୋଇଯାଇଥିବା ସିମେଣ୍ଟକୁ ଆଣି ଭାଙ୍ଗି ସେଥିରେ ଧୂଳି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ତିଆରି କରୁଥିଲେ ସିମେଣ୍ଟ। ବସ୍ତା ପିଛା ୨୦୦ ଟଙ୍କା କମରେ ବିକ୍ରି ହେଉଥିଲା। ଆଉ ସେହି ସିମେଣ୍ଟକୁ ବିଭିନ୍ନ ବ୍ରାଣ୍ଡର ସିମେଣ୍ଟ ବସ୍ତାରେ ପୂରାଇ ମାର୍କେଟକୁ ଛାଡ଼ୁଥିଲେ। ଯାହାକୁ ଚିହ୍ନିବା କଷ୍ଟକର। ବିଲ୍‌କୁଲ ଅସଲି ସିମେଣ୍ଟ ପରି ଦେଖାଯାଉଥିଲା। ସେହି ସିମେଣ୍ଟକୁ ରାଜଧାନୀ ଆଖପାଖ ଅଞ୍ଚଳରେ ଥିବା ସିମେଣ୍ଟ ଦୋକାନୀଙ୍କୁ ଯୋଗାଉଥିଲେ। ଦୀର୍ଘ ଦେଢ଼ ବର୍ଷ ହେଲା ଏହି କାରବାର ଚାଲିଥିଲା।

ତେବେ ଏହି ଘଟଣାରେ କାରଖାନା ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଏହାଛଡ଼ା ସେହି ସେମେଣ୍ଟ କାରଖାନା ଚଳାଉଥିବା ମାଲିକଙ୍କ ପାହାଳରେ ଥିବା ସିମେଣ୍ଟ ଗୋଦାମକୁ ପୁଲିସ୍‌ ସିଲ୍‌ କରିଛି।

Leave A Reply

Your email address will not be published.