ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ତାଡିନେଲେ ଏଟିଏମ୍

0

ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଭୁବନେଶ୍ବର: ତାଡିନେଲେ ଏଟିଏମ। ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ରାଜଧାନୀରେ ଏବେ ମାତିଛନ୍ତି ଏଟିଏମ ଲୁଟେରା। ପୋଲିସକୁ ଚକମା ଦେଇ ରାଜଧାନୀରେ ରାତାରାତି ଗାଏବ ହୋଇଯାଉଛି ଏଟିଏମ ମେସିନ। ଆଉ ମେସିନ୍‌ରେ କଣ୍ଟା ପୁରାଇ ଟଙ୍କା ନେଉନାହାନ୍ତି ଦୁର୍ବୃତ୍ତ। ଏଥର ସିଧା ମେସିନ ତାଡି ରାତାରାତି ମାଲାମାଲ୍‌ ହେବା ଲକ୍ଷ୍ୟରେ ଟାର୍ଗେଟ କରୁଛନ୍ତି ଲୁଟେରା। ଭୁବନେଶ୍ବର ସାମନ୍ତରାପୁର ସ୍ଥିତ ଶ୍ରୀରାମ ନଗର ଲେନ ୧୦ ଏସବିଆଇ ଏଟିଏମରେ ଏମିତି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସର ଛାନବିନ ଆରମ୍ଭ କରିଛି । ସିସିଟିଭି ଆଧାରରେ ଛାନଭିନ କରୁଛି ପୋଲିସ।

ଏନେଇ ଏଟିଏମ୍ ଲାଗିଥିବା ଘର ମାଲିକ କୃଷ୍ନ ଚନ୍ଦ୍ର ବଟୁ କହିଛନ୍ତି ଯେ ‘‘ରାତି ୧ରୁ ୨ଟା ଭିତରେ କୁକୁର ଭୁକିଲେ। ଲାଗୁଛି ସେହି ସମୟରେ ହୋଇଥିବ। କାରଣ ସକାଳୁ ୫ଟାରୁ ଆସି ପୋଲିସ ଡାକିଲା ପରେ ଜାଣିଲି ଏଟିଏମ୍ ଚୋରି ହୋଇଛି ବୋଲି। ସେ ମେସିନ ଟାକୁ ଗାଡି ମାଧ୍ୟମରେ ତାଡ଼ି ନେଇଯାଇଛନ୍ତି। କମଳା ରଙ୍ଗର ଟୋପି ପିନ୍ଧି ଛନ୍ତି। ହାତରେ ଫ୍ଲାସ ଧରିଛନ୍ତି ସେମାନେ ଏକ ଗ୍ରୁପ୍‌ ଆସି ଏପରି କରିଛନ୍ତି। ପୋଲିସ ରାତି ଚାରିଟାରୁ ଜାଣିଲାଣି। ଏସବିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ ବି ସୂଚନା ପାଇଛନ୍ତି।

ପୋଲିସର ଆଉ ଏକ ଟିମ୍ ଏଟିଏମ୍ ମେସିନ ଗଙ୍ଗୁଆ ନାଳ ପାଖରେ ପଡିଥିବା ଖବର‌ପାଇ ମେସିନକୁ ଉଦ୍ଧାର କରିଛି। ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସେଠାରୁ ମେସିନକୁ ଏକ ଅଟୋ ମାଧ୍ୟମରେ ଆଣି ଛାନଭିନ କରୁଛନ୍ତି। ଏଟିଏମ୍ ମେସିନକୁ ଦୁର୍ବୃତ୍ତ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। କିଛି ଅଂଶ ମଧ୍ୟ ଭାଙ୍ଗିଛନ୍ତି। ପୋଲିସ ହାତରେ ସିସିଟିଭି ଫୁଟେଜ ଲାଗିଛି। ଯେଉଁଠି ଚାରିରୁ ପାଞ୍ଚ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଏଟିଏମ୍ ଲୁଟ ପାଟ କରୁଛନ୍ତି। ଯେଉଁମାନେ ଏଟିଏମ୍ ମେସିନ ଲୁଟ ପୁର୍ବରୁ କ୍ୟାମେରା ବାହାରପଟୁ ତାଡି ଦେଇଛନ୍ତି। ଏପରିକି ତାର‌କଟି ଦେଇଛନ୍ତି। ତେବେ ଭିତରପଟେ ସିସିଟିଭି ଥିବା ଜାଣି ପାରି ନାହାନ୍ତି ଦୁର୍ବୃତ୍ତ।

Leave A Reply

Your email address will not be published.